Below header

କିଟ୍‌ରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ, ଉଦଘାଟନ କଲେ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାରକୁ ଉଦଘାଟନ କଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଏଥିସହ ଶ୍ରୀବାଣୀ କ୍ଷେତ୍ର ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। କିଛି ଦିନ ପୂର୍ବେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କିଟ୍‌ ଓ କିସ୍‌ରେ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ କ୍ରମେ କିଟ୍‌ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ଶ୍ରୀବାଣୀ କ୍ଷେତ୍ରରେ ଏହି ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯାଇଛି।

SHANKARACHARYA

ନିକଟରେ ଡକ୍ଟର ସାମନ୍ତ ଏହି ଗ୍ରନ୍ଥାଗାରକୁ ଉଦଘାଟନ କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ। ଡକ୍ଟର ସାମନ୍ତଙ୍କ ଅନୁରୋଧ ରକ୍ଷା କରି ସମ୍ମତି ଜଣାଇଥିଲେ ଶଙ୍କରାଚାର୍ଯ୍ୟ। ସର୍ବସାଧାରଣଙ୍କ ନିମନ୍ତେ ଏହି ଗ୍ରନ୍ଥାଗାର ସ୍ଥାପନା କରାଯାଇଛି । ଏଠାରେ ବିଭିନ୍ନ ଧର୍ମଗ୍ରନ୍ଥ ଓ ଧର୍ମ ପୁସ୍ତକ ସ୍ଥାନ ପାଇବ । ସର୍ବସାଧାରଣ ଏହିସବୁ ଗ୍ରନ୍ଥ  ପଢିବାର ସୁଯୋଗ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.