NSUIର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନ ନିଲମ୍ବିତ, ବିଶୃଙ୍ଖଳାକୁ ଦାୟୀ କରାଯାଇଛି
ଭୁବନେଶ୍ବର(କେନ୍ୟୁଜ୍): ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ ବା NSUIର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନ ନିଲମ୍ବିତ । ଦଳରେ ବିଶୃଙ୍ଖଳା କାରଣରୁ ଇତିଶଙ୍କୁ ନିଲମ୍ବନ କରାଯାଇଛି । ଏ ନେଇ NSUIର ଇନ୍ଚାର୍ଜ ରୁଚି ଗୁପ୍ତା ସୂଚନା ଦେଇଛନ୍ତି । ସେପଟେ ପ୍ରତିକ୍ରିୟାରେ ଇତିଶ କହିଛନ୍ତି ମୁଁ ଶୃଙ୍ଖଳିତ କର୍ମୀ, ସତ କହିବାରୁ ଏପରି କରାଯାଇଛି । କଂଗ୍ରେସ ଦଳରେ ରହିଛି, ଆଗକୁ ରହିବି। 40 ବଷ ଧରି ମୁଁ କାମ କରିବି। ନିରଞ୍ଜନ ପଟ୍ଟନାୟକଙ୍କ ଚାପରେ ମତେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି।ତାଙ୍କ ପାଇଁ ଦଳ ଖରାପ ପ୍ରଦର୍ଶନ କଲା। ନିବାଚନରେ ଅନ୍ୟ ଦଳ ସହ ମିଶି ଦଳକୁ ହରାଇବା ପାଇଁ ଷଡଯନ୍ତ୍ର କଲେ।
ପୂର୍ବରୁ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମୁହଁ ଖୋଲିଥିଲେ ଇତିଶ । ୧୯’ ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନରେ ଜାଲିଆତି ଅଭିଯୋଗ କରିବା ସହ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ । କହିଥିଲେ ଟିକେଟ ବଣ୍ଟନରେ ପ୍ରିୟାପ୍ରୀତି ତୋଷଣ ହୋଇଛି । ତୃଣମୂଳ ସ୍ତରରେ କର୍ମୀ ଭାବେ କାମ କରିନଥିଲେ ମଧ୍ୟ ନିଜ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକକଙ୍କୁ ନିରଞ୍ଜନ ଟିକେଟ ପ୍ରଦାନ କରିଥିଲେ