Below header

୫ କୋଟିରେ ନିଲାମ୍‌ ହେଲା ଶେନ୍‌ ଓ୍ଵାର୍ଣ୍ଣଙ୍କ ଟେଷ୍ଟ କ୍ୟାପ୍‌ ‘Baggy Green’! ଅଷ୍ଟ୍ରେଲିଆ ଅଗ୍ନିବିପନ୍ନଙ୍କୁ କରିବ ସାହାଯ୍ୟ

ବିଶ୍ୱର ମହାନ୍‌ ଲେଗ୍‌ ସ୍ପିନର ଶେନ୍‌ ଓ୍ଵାର୍ଣ୍ଣଙ୍କ ଟେଷ୍ଟ କ୍ୟାପ୍‌ ‘Baggy Green’ ଶୁକ୍ରବାର ୧୦ ଲକ୍ଷ, ୭ ହଜାର, ୫୦୦ ଅଷ୍ଟ୍ରେଲିୟାନ୍‌ ଡଲାର୍‌ ମୂଲ୍ୟରେ ନିଲାମ୍‌ ହୋଇଛି। ଯାହାକି ଭାରତୀୟ ମୁଦ୍ରାରେ ପାଖପାଖି ୪ କୋଟି, ୯୨ ଲକ୍ଷ, ୮ ହଜାର ଟଙ୍କା। ଶେନ୍‌ ଓ୍ଵାର୍ଣ୍ଣ ନିଜର ଏହି ଐତିହାସିକ ଟେଷ୍ଟ କ୍ୟାପ୍‌କୁ ଅଷ୍ଟ୍ରେଲିଆ ଅଗ୍ନିବିପନ୍ନଙ୍କ ସାହାଯ୍ୟ ପାଇଁ ନିଲାମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଓ୍ଵାର୍ଣ୍ଣ ନିଲାମ୍‌ରେ ସଂଗୃହୀତ ଫଣ୍ଡକୁ ଏଠାରେ ଦାନ କରିବେ।

ca3

ଅଷ୍ଟ୍ରେଲିଆର ଏହି ଖ୍ୟାତନାମା ସ୍ପିନ୍‌ ବୋଲ୍‌ର ନିଜ କ୍ୟାରିୟରରେ ଖେଳିଥିବା ୧୪୫ଟି ଟେଷ୍ଟ ମ୍ୟାଚ୍‌ରେ ଏହି କ୍ୟାପ୍‌ ପିନ୍ଧିଥିଲେ। ତେବେ ନିଲାମ୍‌ ପରେ ଓ୍ଵାର୍ଣ୍ଣ ଏଭଳି ମହତ କାମରେ ସହଯୋଗର ହାତ ବଢ଼ାଇଥିବାରୁ କ୍ରେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


୫୦ ବର୍ଷୀୟ ସ୍ପିନ୍‌ ଯାଦୁଗର ଟୁଇଟ୍‌ କରି ଲେଖିଛନ୍ତି, ‘ଯେଉଁମାନେ ବି ଏହି ଟେଷ୍ଟ୍‍ କ୍ୟାପ୍‌ ପାଇଁ ନିଲାମ୍‌ ଡାକିଥିଲେ, ସେମାନେ ସମସ୍ତଙ୍କୁ ମୋର ଧନ୍ୟବାଦ। ସମସ୍ତେ ନିଜ ନିଜର ଉଦାରପଣିଆ ଦେଖାଇ ମୋ ଖୁସିକୁ ଆହୁରି ୨ ଗୁଣା କରିଦେଇଛନ୍ତି। ଏହା ଅପେକ୍ଷାକୃତ ବହୁତ ଅଧିକ। ଏହି ପଇସା ସିଧା ରେଡ୍‌କ୍ରସ ବୁଶଫାୟାର ଅପିଲକୁ ଚାଲିଯିବ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ’।

caa

ଏହି କ୍ୟାପ୍‌କୁ ନେଇ ସର୍ବାଧିକ ନିଲାମ୍‌ ଡାକିଥିବା ବ୍ୟକ୍ତିଙ୍କୁ କ୍ୟାପ୍‌ ସହିତ ଓ୍ଵାର୍ଣ୍ଣଙ୍କ ଅଟୋଗ୍ରାଫ୍‌ ଥିବା ଏକ ସାର୍ଟିଫିକେଟ୍‌ ମଧ୍ୟ ଦିଆଯିବ। ଏଥିପୂର୍ବରୁ ଶେନ୍‌ ଓ୍ଵାର୍ଣ୍ଣ ନିଜର କ୍ୟାପ୍‌କୁ ସୋମବାର ଅନ୍‌ଲାଇନ ନିଲାମ୍‌ ପାଇଁ ଘୋଷଣା କରିଥିଲେ। ସେ ଘୋଷଣା କରିଥିଲେ ଯେ ‘ଜଙ୍ଗଲରେ ଲାଗିଥିବା ନିଅାଁରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ସେ ନିଜ ‘Baggy Green’କୁ ନିଲାମ୍‌ କରୁଛନ୍ତି ଏବଂ ୧୦ ଜାନୁୟାରୀ ୨୦୨୦ ପୂର୍ବାହ୍ନ ୧୦ଟା ପଯ୍ୟର୍ନ୍ତ ଏହି ନିଲାମ୍‌ ଜାରି ରହିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.