ଏକଦିବସୀୟ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନୀ ଖେଳାଳି ସୋଏବ ମଲ୍ଲିକ୍

ପାକିସ୍ତାନ କ୍ରିକେଟ ଟିମ୍ ର ଆଗଧାଡିର ଖେଳାଳି ସୋଏବ ମଲ୍ଲିକ୍ ୱାନ୍ ଡେ କ୍ରିକେଟରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଛନ୍ତି। ପାକିସ୍ତାନ ବାଂଲାଦେଶ ବିପକ୍ଷରେ ବିଶ୍ବ କପ୍ ୨୦୧୯ ରେ ମ୍ୟାଚ୍ ଖେଳିବା ପରେ ସୋଏବ ତାଙ୍କର ଏହି ନିଷ୍ପତ୍ତି ଘୋଷଣା କରିଥିଲେ । ସୋଏବ କହିଛନ୍ତି କି, ସେ ନିଜ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଥିବାବେଳେ ଟି-୨୦ କ୍ରିକେଟ ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛନ୍ତି । ସୋଏବ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି । ତାଙ୍କର ନିକଟରେ ଏକ ଶିଶୁ ଜନ୍ମ ନେଇଛି । ଅନ୍ୟପଟେ ସୋଏବ ଗତବର୍ଷ ଘୋଷଣା କରିଥିଲେ କି ସେ ବିଶ୍ବ କପ୍ ପରେ ୱାନ ଡେ କ୍ରିକେଟରୁ ସନ୍ୟାସ ନେବେ । ୩୭ ବର୍ଷିୟ ସୋଏବ ଚାଲୁଥିବା ବିଶ୍ବକପରେ ପାକିସ୍ତାନ ପାଇଁ କେବଳ ତିନୋଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ କେବଳ ଆଠ ରନ୍ କରିଛନ୍ତି ।

pakତେବେ ଅବସର ଘୋଷଣା ପରେ ଗତକାଲି ପଡ଼ିଆ ଭିତରେ ତାଙ୍କୁ ପାକିସ୍ତାନ ଖେଳାଳି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ପାକିସ୍ତାନର ଜଣେ ସଫଳ ଅଲରାଉଣ୍ଡର ଭାବରେ ଅନେକ ମ୍ୟାଚ୍‌ ଓ୍ଵିନିଂ ଇନିଂସ ଖେଳିଛନ୍ତି ସୋଏବ। ମୋଟ୍‌ ୨୮୭ଟି ଦିନିକିଆ ମ୍ୟାଚ ଖେଳି ହାସଲ କରିଛନ୍ତି ୭ହଜାର ୫୩୪ ରନ୍‌। ଏହା ଭିତରେ ୭ଟି ଶତକ ଓ ୪୪ ଅର୍ଦ୍ଧଶତକ ରହିଛି। ବୋଲିଂରେ ୧୫୮ ଓ୍ଵିକେଟ ନେଇଛନ୍ତି ସୋଏବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.