Below header

ରଥରୁ ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ବାହାରିବ ଆଡପ ଅବଢ଼ା

ପୁରୀ(କେନ୍ୟୁଜ୍): ରଥରୁ ଆଡପମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜିଉ । ଆଜି ଆଡପମଣ୍ଡପ ଦର୍ଶନ । ଭକ୍ତମାନେ ଆଜିଠାରୁ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଉଥିବା ସମସ୍ତ ନୀତିକାନ୍ତି ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ କରାଯିବ । ଭକ୍ତମାନେ ମଧ୍ୟ ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଅବଢ଼ା ପାଇବେ । ଗତକାଲି ସଂଧ୍ୟାରେ ମହାପ୍ରଭୁ ଗୋଟି ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ପ୍ରଥମେ ସୁଦର୍ଶନ, ପରେ ପରେ ବଳଭଦ୍ର ଓ ସୁଦଭ୍ରାଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । ଶରଧାବାଲିରେ ମହାପ୍ରଭୁଙ୍କ ଏହି ପହଣ୍ଡି ବିଜେ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.