ସଟପୁଟ୍ ରେକର୍ଡ଼ କଲେ ଅନୁରାଧାଙ୍କ ଝିଅ ଅଂଶିକା

ଭୁବନେଶ୍ବର (କେନ୍ୟୁଜ୍) : ଚାମ୍ପିଅନ୍ ମା’ର ଚାମ୍ପିଅନ୍ ଝିଅ । ପୂର୍ବାଞ୍ଚଳ ୧୪ ବର୍ଷରୁ କମ୍ ଜାତୀୟ ଜୁନିୟର ଆଥଲେଟିକ୍ସରେ ରେକର୍ଡ଼ କଲେ ଅଂଶିକା ରାଉତରାୟ । ଓଡ଼ିଶାର ଅଂଶିକା ବାଳିକା ସଟପୁଟରେ ନୂଆ ମିଟ୍ ରେକର୍ଡ଼ କରିଛନ୍ତି । ପାଟନା ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଅଂଶିକା ୧୧.୪୭ ମିଟର ଦୂରକୁ ସଟପୁଟ୍ ଫିଙ୍ଗି ଚାମ୍ପିଅନ୍ ହେବା ସହ ପୁରୁଣା ମିଟ୍ ରେକର୍ଡ଼ ଭାଙ୍ଗିଥିଲେ ।

ଏହି ବର୍ଗରେ ଅରୁଣାଚଳ ପ୍ରଦେଶର ଆଚିକା ୱାଙ୍ଗସା (୧୦.୬୯ ମିଟର) ଦ୍ବିତୀୟ ଏବଂ ପଶ୍ଚିମବଙ୍ଗର ଅର୍ପିତା ଭଣ୍ଡାରୀ (୧୦.୪୫ ମିଟର) ୩ୟ ସ୍ଥାନ ଅଧିକାର କରିଛନ୍ତି । ଅଂଶିକା ହେଉଛନ୍ତି ଅଲିମ୍ପିଆନ୍ ତଥା ହର୍ଡଲ୍ସ ରାଣୀ ଅନୁରାଧା ବିଶ୍ବାଳଙ୍କ ଝିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.