Below header

ଜାଣିଛନ୍ତି କି, କାହିଁକି ଲିପ୍ଟରେ ଲଗାଯାଇଥାଏ ଆଇନା, ରହିଛି ଏହା ପଛରେ ଆଶ୍ଚର୍ଯ୍ଯକର କାରଣ

ସାଧାରଣତଃ ଉଚ୍ଚ ବିଲଡ଼ିଂରେ ଯିବା ଆସିବା ପାଇଁ ଲିପ୍ଟର ସୁବିଧା ରହିଥାଏ। ଆପଣ ଦେଖିଥିବେ ଲିପ୍ଟ ମଧ୍ୟରେ ଲାଗିରହିଥାଏ ଆଇନା। କିନ୍ତୁ ଆପଣ କେବେ ଭାବିଛନ୍ତି କି ଲିପ୍ଟରେ କାହିଁକି ଆଇନା ଲାଗିଥାଏ। ପ୍ରାୟତଃ ସମସ୍ତେ ଭାବିଥାନ୍ତି କି ଏହା ନିଜର ମୁହଁ ଦେଖିବା ପାଇଁ ଲଗାଯାଇଥାଏ କିନ୍ତୁ ଆପଣଙ୍କ ଏହି ଉତ୍ତର ଭୁଲ ଅଟେ। ଆଜି ଆମେ ଆପଣଙ୍କୁ ଲିପ୍ଟରେ ଲାଗିଥିବା ଆଇନା ପଛରେ ଥିବା ପ୍ରକ୍‌ତ କାରଣ କହିବାକୁ ଯାଉଛୁ। ଏହା ପଛରେ ଲୋକଙ୍କ ମାନସିକ ସମ୍ବନ୍ଧୀୟ କାରଣ ରହିଛି। ମନୋବିଜ୍ଞାନଙ୍କ ଦ୍ବାରା ଏହି ବିଷୟରେ ପ୍ରକାଶ ପାଇଛି।

lift

ସାଧାରଣତଃ ଆମେ ଏକୁଟିଆ ଠିଆ ହୋଇ ବିରକ୍ତି ଅନୁଭବ କରିଥାଉ। ଏଣୁ ଲୋକଙ୍କ ବିରକ୍ତି ଭାବ ଦୂର କରିବା ପାଇଁ ଲିପ୍ଟରେ ଆଇନା ଲଗାଯାଇଥାଏ। କାରଣ ଦୁନିଆରେ ସାଧାରଣତଃ ଏକୁଟିଆ ରହିଥିବା ବେଳେ ସେମାନେ ଆଇନାରେ ନିଜକୁ ଦେଖି ବିଭିନ୍ନ ପ୍ରକାରର ଭଙ୍ଗୀ କରିଥାନ୍ତି।

ମନୋବିଜ୍ଞାନଙ୍କ ଅନୁଯାୟୀ, ଲିପ୍ଟ ପ୍ରସ୍ତୁତ କରିବା ସମୟରେ ଏଥିରେ ଲୋକ ଯାତ୍ରା କରିବାକୁ ଭଲପାଆନ୍ତି ନାହିଁ। ଲୋକମାନେ ଏଥିରେ ଯାତ୍ରା କରିବା ପାଇଁ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଏଣୁ ଏହାକୁ ର୍ନିମାଣ କରିଥିବା ଲୋକ ଏଥିରେ କିଛିଟା ପରିବର୍ତ୍ତନ କରିବା କଥା ଚିନ୍ତା କରିଥିଲେ। ପରେ ଶେଷକୁ ସେମାନେ ଲିପ୍ଟରେ ଆଇନା ଲଗାଇବା ପାଇଁ ନିର୍ଣ୍ଣୟ ନେଇଥିଲେ। ଏବେ କିନ୍ତୁ ଡ଼ିଜିଟାଲ ଦୁନିଆରେ ଲୋକ ଲିପ୍ଟ ମଧ୍ୟରେ ନିଜର ଫଟୋ ଉଠାଇବା ସହ ଆଇନାରେ ଭିନ୍ନ ଭିନ୍ନ ଭଙ୍ଗୀ କରି ନିଜର ଲିପ୍ଟ ଯାତ୍ରାକୁ ଆନନ୍ଦମୟ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.