ପ୍ରଥମ ଟି-୨୦ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ଜିତିଲା ସାଉଥ ଆଫ୍ରିକା

ପ୍ରଥମ ଟି-୨୦ ହାରିଲା ଟିମ୍‌ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଠାରୁ ୭ ୱିକେଟରେ ପରାଜିତ ହେଲା ଟିମ୍ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ କରିଥିଲା। ଯାହାର ଜବାବରେ ସାଉଥ ଆଫ୍ରିକା ଟିମ୍‌ ଆଉ ୫ଟି ବଲ୍‌ ବାକି ଥାଇ ମ୍ୟାଚ ବିଜୟ ହାସିଲ କରିଛି। ଏହି ମ୍ୟାଚରେ ଅତିଥି ଟିମ୍ ସାଉଥ୍ ଆଫ୍ରିକାର ଅଧିନାୟକ ତେମ୍ୱା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାର ଜବାବରେ ସାଉଥ୍ ଆଫ୍ରିକା ୧୯.୧ ଓଭରରେ ୩ ୱିକେଟରେ ୨୧୨ ରନ୍ କରି ମ୍ୟାଚ୍କୁ ନିଜ ନାମରେ କରିଛି।

ଟିମ୍‌ ଇଣ୍ଡିଆକୁ ଓପନର ଇଶାନ କିଶନ ଓ ଋତୁରାଜ ଗାଏକୱାଡ ଭଲ ଓପନିଂ କରିଥିଲେ । ଭାରତକୁ ପ୍ରଥମ ଝଟକା ଋତୁରାଜ ଗାଏକୱାଡ ଭାବେ ମିଳିଥିଲା । ୨୩ ରନ୍ କରି ଆଉଟ୍ ହୋଇଥିଲେ ଋତୁରାଜ । ଇଶାନ କିଶନ ୩୭ଟି ବଲରେ ୫୦ ରନ୍‌ କରିଥିଲେ । କିଶନ ୪୮ଟି ବଲ୍ରେ ୭୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଋଷଭ ପନ୍ଥ ୨୯ରନରେ ଆଉଟ୍ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ୍ କରି ନଟଆଉଟ୍‌ ରହିଥିଲେ।

ଟିମ୍‌ ଇଣ୍ଡିଆର ରନକୁ ଟାର୍ଗେଟ କରି ଆଫ୍ରିକା ଟିମର କ୍ୱିଏଣ୍ଟ ଡି କକ୍‌ ଏବଂ ତାମ୍ବୋ ବାବୁମା ଓପନିଂ କରିଥିଲେ। ବାବୁମା ମାତ୍ର ୧୦ ରନ କରି ଆଉଟ୍‌ ହୋଥିଲେ। ଡି କକ୍‌ ୨୨ ରନ୍‌ କରିଥିଲେ। ପ୍ରିଟୋରିୟମ ମଧ୍ୟ ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଅକ୍ଷର ପଟେଲ ୪ ଓଭରରେ ୪୦ ରନ ଦେଇ ୧ ଓ୍ଵିକେଟ ନେଇଥିଲେ। ଆଭେଶ ଖାନ ୪ ଓଭରରେ ୩୫ ରନ୍‌ ଦେଇଥିଲେ। ଭୁବନେଶ୍ୱର କୁମାର ୪ ଓଭରରେ ୪୩ ରନ୍‌ ଦେଇ ମଧ୍ୟ ଗୋଟିଏ ଓ୍ଵିକେଟ ନେଇଥିଲେ। ସେହିପରି ହର୍ଷଲ ପଟେଲ ମଧ୍ୟ ୪ ଓଭରର ୪୩ ରନ୍‌ କରି ଗୋଟିଏ ଓ୍ଵିକେଟ ନେଇଥିଲେ।

ଟିମ୍ ଇଣ୍ଡିଆ ଯଦି ଏହି ମ୍ୟାଚ୍ ଜିତିଥାନ୍ତା ତ ବିଶ୍ୱ ରେକର୍ଡ ହୋଇଥାନ୍ତା । ଭାରତର ଟିମ୍ ବିଶ୍ୱର ପ୍ରଥମ ଏମିତି ଟିମ୍ ହୋଇପାରିଥାନ୍ତା, ଯିଏ ଲଗାତାର ୧୩ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଜିତିବାରେ ରେକର୍ଡ କରିଥାନ୍ତା। ପୂର୍ବରୁ ଏହି ସିରିଜ ପାଇଁ କେଏଲ ରାହୁଲ ଅଧିନାୟକ ରହିଥିବା ବେଳେ ଆହତ ସମସ୍ୟା ଯୋଗୁଁ ସିରିଜରୁ ବାଦ୍‌ ପଡିଛନ୍ତି। ତେଣୁ ଏହି ମ୍ୟାଚର ଅଧିନାୟକ ଦାୟିତ୍ୱ ରିଷଭ ପନ୍ତ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.