Below header

ଭାରତ ଗସ୍ତରେ ବାହାରିଲା ଶ୍ରୀଲଙ୍କା ଦଳ, ୫ ତାରିଖରୁ ଟି-୨୦ ସିରିଜ୍‌

କଲମ୍ବୋ : ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଭାରତ ବନାମ ଶ୍ରୀଲଙ୍କା ଟି-୨୦ କ୍ରିକେଟ୍‌ ସିରିଜ୍‌ । ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟାଟସମ୍ୟାନ୍‌ ଆଞ୍ଜେଲୋ ମାଥ୍ୟୁସ୍‌ ଦଳକୁ ଫେରିଛନ୍ତି । ଲସିଥ ମଲିଙ୍ଗା ଦଳର ଅଧିନାୟକ ଅଛନ୍ତି । ପ୍ରଥମ ମ୍ୟାଚ୍‌ ଗୌହାଟିରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ ଜାନୁଆରୀ ୭ରେ ଇନ୍ଦୋର ଏବଂ ତୃତୀୟ ମ୍ୟାଚ୍‌ ୧୦ ତାରିଖରେ ପୁନେରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା । ଶ୍ରୀଲଙ୍କା ଦଳ ଆଜି ବୌଦ୍ଧ ଭିକ୍ଷୁଙ୍କ ଆଶୀର୍ବାଦ ନେଇ ଭାରତ ଗସ୍ତରେ ବାହାରିଛି ।

SRILANKA

ଶ୍ରୀଲଙ୍କା ଦଳ : ଲସିଥ ମଲିଙ୍ଗା (ଅଧିନାୟକ), ଧନୁଷ୍କା ଗୁଣଥିଲକା, ଆବିଷ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍‌, ଦାସୁନ ସନକା, କୁଶଲ ପରେରା, ନିରୋସାନ ଡିକେଓ୍ଵଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକ୍ଷା, ଓସାଦା ଫର୍ଣ୍ଣାଣ୍ଡୋ, ଓ୍ଵାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ୍‌, ଲକ୍ଷଣ ସନ୍ଦକନ, କାସୁନ ରଜିଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.