ଏହି ଅଭିନେତ୍ରୀଙ୍କ ସହିତ ଡେଟିଂରେ ଯିବାକୁ ଚାହୁଁଥିଲେ ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଉନା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି। ଯଦିଓ ସେ ବ୍ୟାଙ୍କର୍‌ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ ବଲିଉଡ୍‌ର ଜଣେ ଅଭିନେତ୍ରୀ ଦୀର୍ଘ ଦିନ ଧରି ତାଙ୍କ ହୃଦୟରେ ରାଜ୍‌ କରିଥିଲେ। ନିକଟରେ ଏକ ଶୋ’ରେ ଭାଗ ନେଇ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ କିଛି କହିଛନ୍ତି। ସୁରେଶ କହିଛନ୍ତି, କଲେଜରେ ପଢିବା ବେଳରୁ ସେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସହ ଡେଟିଂରେ ଯିବାକୁ ସ୍ୱପ୍ନ ଦେଖୁଥିଲେ ବୋଲି ରାଇନା କହିଛନ୍ତି।

tt

କେବଳ ଏତିକି ନୁହେଁ, ସୋନାଲି କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଏକ ଖାସ୍‌ ମେସେଜ୍‌ ପଠାଇଥିଲେ । ଏହି ଶୋ’ରେ ଝିଅ ଗ୍ରାସିଆକୁ ନେଇ ରାଇନା କହିଛନ୍ତି, ଝିଅ ମୋର ବଡ ସାହସ। ସେ ଆସିବା ପରେ ମୋ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି। ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ ପରଠାରୁ ଆହତ କାରଣରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ରାଇନା। ଚଳିତବର୍ଷ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଇବା ସହ ଆଗାମୀ ଆଇପିଏଲ ସିଜିନ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ରାଇନା।