Below header

କରଞ୍ଜିଆ: କାଠ ଚୋରି ଅଭିଯୋଗରେ ଗର୍ଭବତୀ ଓ ବୃଦ୍ଧାଙ୍କୁ ନିସ୍ତୁକ ମାଡ, ମହିଳା ଫରେଷ୍ଟଗାର୍ଡଙ୍କ ନାଁରେ ଅଭିଯୋଗ

କରଞ୍ଜିଆ: କାଠ ଚୋରି ଅଭିଯୋଗରେ ଜଣେ ଗର୍ଭବତୀ ଓ ବୃଦ୍ଧାଙ୍କୁ ଘରେ ପଶି ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । କରଞ୍ଜିଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟର ଗାର୍ଡ ମାଡ ମାରିଥିବା ଅଭିଯୋଗ ହୋଇଛି । ଗର୍ଭବତୀ ମହିଳାଙ୍କ ଗୋଟିଏ ହାତ ଭାଙ୍ଗି ଯାଇଛି । ମହିଳା ଓ ବୃଦ୍ଧାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହାକୁ ନେଇ କରଞ୍ଜିଆ ତାଟୋ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । କରଞ୍ଜିଆ-ବାରିପଦା ମୁଖ୍ୟ ରାସ୍ତା ଅବରୋଧ କରିବା ସହ ରେଞ୍ଜ ଅଫିସ୍‌ରେ ତାଲା ପକାଇଥିଲେ ଗ୍ରାମବାସୀ । ପୀଡ଼ିତାଙ୍କୁ କ୍ଷତିପୂରଣ ସହ ଫରେଷ୍ଟ ଗାର୍ଡଙ୍କୁ ଗିରଫ କରିବା ସହ ବଦଳି ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.