ଅବିକଳ ମହିଳାଙ୍କ ପରି ହସିଥାଏ ଏହି ଶୁଆ, ତା ହସ ଶୁଣି ଆପଣ ବି ଖାଇଯିବେ ଧୋକା

ସାଧାରଣତଃ ଶୁଆ, ସାରି ପରି ପକ୍ଷୀ ମାନେ ଅଧିକାଂଶ ସମୟରେ ଶବ୍ଦର ନକଲ କରିଥାଏ । ଯେକୌଣସି ଶବ୍ଦ ସେମାନଙ୍କୁ ପାଖରେ ଶୁଭେ ସେମାନେ ସେହି ଅନୁସାରେ ହିଁ ଶବ୍ଦ କରନ୍ତି । କିନ୍ତୁ ଆମେରିକାରେ ଏକ ଶୁଆ ଅଛି ଯାହା ଅବିକଳ ମହିଳାଙ୍କ ହସର ନକଲ କରିପାରୁଛି । ଏହି ଶୁଆ ଟିର ଭିଡିଓ ଏବେ ଇଣ୍ଟରନେଟ ତଥା ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି କରିଛି । ଏହି ଶୁଆଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ । ମହିଳା ହସକୁ ଅବିକଳ ଭାବେ ନକଲ କରିପାରେ ଏହି ଶୁଆ । ଯଦି ତା ନିକଟରେ କୌଣସି ମହିଳା ହସନ୍ତି ତେବେ ସଙ୍ଗେ ସଙ୍ଗେ ଏହାକୁ ନକଲ କରି ହସିଥାଏ ।

 

ଏମିତିକି ଜଣେ ଅଜଣା ଲୋକ ହଟାତ ଜାଣି ପାରିବନି ଯେ ବାସ୍ତବରେ ଜଣେ ଶୁଆ ହସୁଛି କି ଜଣେ ମହିଳା ହସୁଛନ୍ତି । ରିପୋର୍ଟ ଅନୁଯାୟୀ ଆମେରିକାର କାର୍ଲିଫର୍ନିଆ ଅଞ୍ଚଳରେ ହିଁ ଏହି ବିଶେଷ ଶୁଆ ବାସ କରୁଛି । ସେଠାକାର ଜଣେ ବାସିନ୍ଦା ହିଁ ତାକୁ ପୋଷା ଭାବେ ପାଳିଛନ୍ତି । ତେବେ ଆସନ୍ତୁ ଦେଖିବେ ଏହି ଶୁଆ ଟିର ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.