Below header

ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ରାହାଣେ

WTC ଫାଇନାଲ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ଟିମକୁ ଫେରିଛନ୍ତି ରାହାଣେ । ଆଉ ଦଳରୁ ବାଦ୍‌ ପଡିଛନ୍ତି ରିଷଭ, ଶ୍ରେୟସ ଏବଂ ବୁମରା । ୭ ଜୁନରୁ ୧୧ ଜୁନ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ ଖେଳାଯିବ ମ୍ୟାଚ୍‌।

ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ୭ ଜୁନରୁ ୧୧ ଜୁନ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଆଇସିସି ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କେଉଁ କେଉଁମାନେ ଖେଳିବେ, ସେମାନଙ୍କର ନାମ ଘୋଷଣା କରାଯାଇଛି । ୧୫ ଜଣିଆ ଭାରତୀୟ ସ୍କ୍ଵାଡ୍‌ ଘୋଷଣା ହୋଇଛି । ଟିମ୍‌ ଇଣ୍ଡିଆର ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ ।

ତେବେ ଟିମ୍‌ରୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ । ଆହତ ହୋଇଥିବା ରିଷଭ ପନ୍ତ, ଶ୍ରେୟସ ଆୟର, ଜସପ୍ରୀତ ବୁମରାଙ୍କୁ ସ୍ଥାନ ମିଳିନି । ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ପାଇଁ ଅଷ୍ଟ୍ରେଲିଆ ସହ ଲଢ଼ିବ ଭାରତ । ଓଭାଲରେ ଜୁନ୍‌ ୭ ତାରିଖରୁ ଖେଳାଯିବ ମ୍ୟାଚ୍‌ ।

WTC ଫାଇନାଲ ପାଇଁ ପାଖାପାଖି ୧ ବର୍ଷ ପରେ ରାହାଣେ ଟେଷ୍ଟ ଟିମକୁ ଫେରୁଛନ୍ତି । ଶ୍ରେୟସ ଆୟରଙ୍କ ପାଇଁ ମଧ୍ୟକ୍ରମ ଖାଲି ରହିଥିଲା । ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇଥିଲା । କିନ୍ତୁ ସୂର୍ଯ୍ୟକୁମାର ଭଲ ପ୍ରଦର୍ଶନ କରିନଥିଲେ । ତେଣୁ ସେହି ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଛି ।

ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ କରିବା ସତ୍ତ୍ୱେ ମଧ୍ୟ କେଏଲ ରାହୁଲଙ୍କୁୁ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ସ୍ଥାନ ମିଳିଛି । ସେହିଭଳି ଓ୍ଵିକେଟ କିପିଂ ପାଇଁ କେଏସ୍‌ ଭରତ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା ଟିମ୍‌ । ତେବେ ବୋଲିଂ ପାଇଁ ଭାରତୀୟ ଟିମରେ ତିନି ଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏଲ ରାହୁଲ, କେ.ଏସ୍‌. ଭରତ, ଆର୍‌. ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.