ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା: ଜେଲରେ ଜେରା କରିବା ନେଇ ଇଡି ପିଟିସନ୍‌ ଉପରେ ଆଜି ଶୁଣାଣି

ଅର୍ଚ୍ଚନାଙ୍କ ହନିଟ୍ରାପ, ସେକ୍ସଟୋରସନ୍‌ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବଳିଷ୍ଠ ପ୍ରମାଣ ମିଳିଛି । ସେନେଇ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବାକୁ ଆବେଦନ କରିଛି ଇଡି ।

ଭୁବନେଶ୍ୱର (କେନ୍ୟୁଜ): ଜେଲରେ ଅର୍ଚ୍ଚନା ନାଗଙ୍କୁ ଜେରା କରିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପିଟିସନ୍‌ ଉପରେ ଆଜି ଶୁଣାଣି । ଭୁବନେଶ୍ୱର PMLA ଡେଜିଗନେଟେଡ୍‌ କୋର୍ଟରେ ଇଡି ପିଟିସନର ଶୁଣାଣି ହେବ । ଅର୍ଚ୍ଚନାଙ୍କ ହନିଟ୍ରାପ, ସେକ୍ସଟୋରସନ୍‌ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବଳିଷ୍ଠ ପ୍ରମାଣ ମିଳିଛି । ସେନେଇ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବାକୁ ଆବେଦନ କରିଛି ଇଡି । ପୂର୍ବରୁ ମଧ୍ୟ ଇଡି ଜେଲରେ ତାଙ୍କୁ ଜେରା କରି ସାରିଛି ।

ଅନ୍ୟପଟେ ବ୍ଲାକ ମେଲିଂ ଓ ବେଆଇନ ଅର୍ଥ କାରବାରକୁ ନେଇ ଅନ୍ୟତମ ଅଭିଯୁକ୍ତ ଶ୍ରଧାଞ୍ଜଳିଙ୍କ ନାଁରେ ନୟାପଲ୍ଲୀ ଥାନାର ଅଭିଯୋଗ ହୋଇଥିଲା । ଏହାପରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା । ଇଡି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରଦ୍ଧାଞ୍ଜଳି । କିନ୍ତୁ ବାରମ୍ବାର କୋର୍ଟଙ୍କ ନୋଟିସ ପରେ ବି କୋର୍ଟରେ ଉପସ୍ଥିତ ହେଉ ନଥିଲେ ଶ୍ରଦ୍ଧାଞ୍ଜଳି । ଏହାକୁ ନେଇ ଗତ ୧୯ ତାରିଖରେ ସିବିଆଇ କୋର୍ଟରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ହାଜର ହେବା ପରେ ଅଭିଯୋଗରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଆସିଥିଲା । ସୋମବାର କୋର୍ଟରେ ଶୁଣାଣି ଥିଲା କିନ୍ତୁ ସେଦିନ ବି ହାଜର ହେଲେନି ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳି ବ୍ୟକ୍ତିଗତ ହାଜର ନହେବା ନେଇ ହୋଇଥିବା ପିଟିସନର ଶୁଣାଣି ବି ଆଜି PMLA କୋର୍ଟରେ ହେବ । ବାରମ୍ବାର କୋର୍ଟ ସମନ କରିଥିଲେ ବି ଥରେ ହାଜର ହୋଇ ନାହାନ୍ତି ଶ୍ରଦ୍ଧାଞ୍ଜଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.