ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବ୍ୟକ୍ତିଙ୍କ କୁତ୍ସିତ କାର୍ଯ୍ୟ! ଡ୍ରଗ୍ସ ଖୁଆଇ ୫ କୋରିଆନ୍ ମହିଳାଙ୍କୁ କଲେ ଦୁଷ୍କର୍ମ
ଅଷ୍ଟ୍ରେଲିଆରେ ଭାରତୀୟ ମୂଳର ଜଣେ ବିଶିଷ୍ଟ ବ୍ୟକ୍ତି ସିଡନୀରେ ୫ କୋରିଆନ୍ ମହିଳାଙ୍କୁ ଡ୍ରଗ୍ସ ଖୁଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବାଲେଶ ଧନଖଡ଼ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅଷ୍ଟ୍ରେଲିଆରେ ଭାରତୀୟ ମୂଳର ଜଣେ ବିଶିଷ୍ଟ ବ୍ୟକ୍ତି ସିଡନୀରେ ୫ କୋରିଆନ୍ ମହିଳାଙ୍କୁ ଡ୍ରଗ୍ସ ଖୁଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବାଲେଶ ଧନଖଡ଼ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସହରର ଗତ କିଛି ବର୍ଷର ଇତିହାସରେ ଧନଖଡ଼ଙ୍କୁ ସବୁଠାରୁ କୁତ୍ସିତ ଦୁଷ୍କର୍ମକାରୀ ବୋଲି କୁହାଯାଇଥିଲା। ସିଡନୀରୁ ପ୍ରକାଶିତ ଏକ ଖବରକାଗଜ ମୁତାବକ, ସିଡ୍ନୀର ଡ୍ରାଉନିଙ୍ଗ୍ ସେଣ୍ଟରରେ ଜିଲ୍ଲା କୋର୍ଟର ଜୁରୀ ଜାଣିବାକୁ ପାଇଥିଲେ ଯେ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ୫ କୋରିଆନ୍ ମହିଳାଙ୍କୁ ମିଥ୍ୟା ଜାଲରେ ଫସାଇ ସେମାନଙ୍କୁ ନିଶାଦ୍ରବ୍ୟ ଖୁଆଇ ଦେଇଥିଲେ।
ଖବରରେ ଏହା ମଧ୍ୟ ଦାବି କରାଯାଇଛି କି, ଧନଖଡ଼ ଅଷ୍ଟ୍ରେଲିଆରେ ‘ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି’ର ପୂର୍ବତନ ମୁଖ୍ୟ ଥିଲେ। ସେ ଆଲାର୍ମ ଘଣ୍ଟା ପଛପଟେ ଏକ କ୍ୟାମେରା ଲୁଚାଇଥିଲେ ଏବଂ ମୋବାଇଲ୍ ଫୋନ୍ ବ୍ୟବହାର କରି ନିଜର ଯୌନ କଦାଚାରର ଘଟଣାକୁ ରେକର୍ଡ କରୁଥିଲେ।
ଜୁରୀ ଯେତେବେଳେ ଧନଖଡ଼ଙ୍କୁ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ୩୯ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ, ତ ସେ କାନ୍ଦିବାକୁ ଲାଗିଥିଲେ। ଡାଟା ବିଶେଷଜ୍ଞ ଧନଖଡ଼ ଜାମିନ ଆବେଦନ କରିଥିଲେ ମଧ୍ୟ ଜଜ୍ ମାଇକେଲ କିଙ୍ଗ ଏହାକୁ ଅସ୍ୱୀକାର କରିଥିଲେ ଏବଂ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ଖବର ଅନୁସାରେ, ୪୩ ବର୍ଷୀୟ ଧନଖଡ଼ଙ୍କୁ ମେ’ ମାସରେ ପୁଣିଥରେ କୋର୍ଟରେ ହାଜର କରାଯିବ ଏବଂ ବର୍ଷ ଶେଷ ସୁଦ୍ଧା ତାଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇବେ।