ପିଏମ୍‌ ମୋଦିଙ୍କ ‘ମନ୍‌ କି ବାତ୍‌’ ଲୋକଙ୍କୁ କରୁଛି ପ୍ରେରିତ; ଏପ୍ରିଲ ୩୦ରେ ପ୍ରସାରିତ ହେବ ୧୦୦ତମ ଏପିସୋଡ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ କେବଳ ଲୋକପ୍ରିୟତାର ରେକର୍ଡ ସୃଷ୍ଟି କରୁନାହିଁ, ବରଂ ଏହା ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବିକଶିତ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ କେବଳ ଲୋକପ୍ରିୟତାର ରେକର୍ଡ ସୃଷ୍ଟି କରୁନାହିଁ, ବରଂ ଏହା ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବିକଶିତ କରୁଛି। ଏହାସହ ଲୋକମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଯୋଗାଉଛି। ରୋହତକ ଆଇଆଇଏମ୍‌ର ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି।

ଅଧ୍ୟୟନ ମୁତାବକ, ଦେଶର ୧୦୦ କୋଟି ଲୋକ ଏହି ରେଡିଓ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ୯୬ ପ୍ରତିଶତ ଲୋକ ଏହା ବିଷୟରେ ଜାଣିଛନ୍ତି। କାର୍ଯ୍ୟକ୍ରମର ୯୯ତମ ଏପିସୋଡ୍ ସମାପ୍ତ ହୋଇସାରିଛି ଏବଂ ଏପ୍ରିଲ ୩୦ରେ ଏହାର ୧୦୦ତମ ଏପିସୋଡ୍ ପ୍ରସାରଣ ହେବ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୩ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମର ନିୟମିତ ଶ୍ରୋତା ଏବଂ ୪୧ କୋଟି ଲୋକ କେବେକେବେ ଏହାକୁ ଶୁଣନ୍ତି। ଏହି କାର୍ଯ୍ୟକ୍ରମ ଶୁଣୁଥିବା ଅଧିକାଂଶ ଲୋକଙ୍କ କହିବା ହେଲା, ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ଯୋଜନା ବିଷୟରେ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।

ଟିଭି, ମୋବାଇଲ୍ ଏବଂ ରେଡିଓର ଏହି ୩ ପ୍ଲାଟଫର୍ମରେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ବହୁତ ଲୋକପ୍ରିୟ ରହିଛି। ୪୪.୭ ପ୍ରତିଶତ ଲୋକ ଏହାକୁ ଟିଭିରେ, ୩୭.୬ ପ୍ରତିଶତ ଏହାକୁ ମୋବାଇଲରେ ଏବଂ ବାକି ରେଡିଓରେ ଶୁଣନ୍ତି। କହି ରଖୁଛୁ, ୨୦୧୪ ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ୨୨ଟି ଭାଷା ଏବଂ ୨୯ଟି ଉପଭାଷାରେ ପ୍ରସାରିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.