ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଘୋଷଣା, ଟିମକୁ ଫେରିଲେ ରୋହିତ ଓ ବିରାଟ
ଟି-୨୦କୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଭାରତୀୟ ଟିମ୍ ପାଇଁ ରୋହିତ ଶର୍ମା ଅଧିନାୟକ ହୋଇଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଭାରତୀୟ ଟିମ୍ ପାଇଁ ରୋହିତ ଶର୍ମା ଅଧିନାୟକ ହୋଇଛନ୍ତି । ଟି-୨୦କୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଜାନୁଆରୀ ୧୧, ୧୪ ଓ ୧୭ ତାରିଖରେ ଟି-୨୦ ମ୍ୟାଚ୍ ଖେଳାଯିବ ।
ପ୍ରାୟ ବର୍ଷେ ପରେ ଟି-୨୦ ମ୍ୟାଚ୍ ଖେଳିବେ ବିରାଟ ଓ ରୋହିତ ଶର୍ମା । ୨୦୨୨ ନଭେମ୍ବରରେ ବିଶ୍ବକପ ଟି-୨୦ ସେମିରେ ଇଂଲଣ୍ଡଠାରୁ ହାରିବା ପରେ, ରୋହିତ ଓ ବିରାଟ ଟି-୨୦ ମ୍ୟାଚରୁ ଦୂରେଇ ରହିଥିଲେ । ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଯୋଗୁ ଚୟନ ପ୍ରକ୍ରିୟାରେ ସାମିଲ ନଥିଲେ । ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳିବା ଭାରତୀୟ ଦଳ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଆଘାତ ଲାଗିଥିଲା ।
What do you all make of this power-packed T20I squad set to face Afghanistan? 😎#TeamIndia | #INDvAFG | @IDFCFIRSTBank pic.twitter.com/pY2cUPdpHy
— BCCI (@BCCI) January 7, 2024
ଆସନ୍ତା ଜୁନରୁ ଟି-୨୦ ବିଶ୍ବକପ୍ । ଚଳିତବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇସାରିଛି । ଟି୨୦ ବିଶ୍ୱକପ ୨୦୨୪ରେ ୫୫ଟି ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ ଏବଂ ୟୁଏସଏର ୯ଟି ମଇଦାନରେ ଆୟୋଜିତ ହେବ । ଟି୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚ ୟୁଏସଏ ଏବଂ କାନାଡା ମଧ୍ୟରେ ଜୁନ ୧ ତାରିଖରେ ଖେଳାଯିବ । ସେହିପରି ୨୬ ଏବଂ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଏବଂ ୨୯ରେ ଜୁନରେ ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି ।
ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆବେଶ ଖାନ ଓ ମୁକେଶ କୁମାର ।