Below header

ଆଗାମୀ ଆଇପିଏଲ୍‌ରେ ଖେଳିବେ ୧୦ଟି ଟିମ୍‌, ବିସିସିଆଇ ଏଜିଏମ୍‌ରେ ହେଲା ନିଷ୍ପତ୍ତି

ମୁମ୍ବାଇ : ଅସନ୍ତା ବର୍ଷ ଆଇପିଏଲ୍‌ରେ ଖେଳିବେ ୧୦ଟି ଟିମ୍‌ । ଏ ନେଇ ଆଜି ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ରେ ୮ଟି ଟିମ୍‌ ଖେଳୁଥିଲେ । ଆଜି ଅହମଦାବାଦ ଠାରେ ବିସିସିଆଇ ଏଜିଏମ୍‌ ବସି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି ।
ତେଣୁ ଆସନ୍ତା ବର୍ଷ ଆଉ ଦୁଇଟି ଅଧିକ ଟିମ୍‌ ଖେଳିଲେ ମ୍ୟାଚ୍‌ ସଂଖ୍ୟା ମଧ୍ୟ ବଢ଼ିବ । ହିସାବ ଅନୁସାରେ ମୋଟ୍‌ ୯୪ଟି ମ୍ୟାଚ୍‌ ଖେଳାଯିବ । ଯାହାଫଳରେ ଟୁର୍ଣ୍ଣାମେଣ୍ଟ ଶେଷ ହେବାକୁ ଲାଗିଯିବ ପ୍ରାୟ ଅଢ଼େଇ ମାସ । ଏଥିରେ ଆଇିସିସି ଦ୍ୱାରା କରାଯାଇଥବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇ ପାରେ ।

IPL2021

କେବଳ ଆଇସିସି କ୍ୟାଲେଣ୍ଡର ନୁହେଁ, ଆଇପିଏଲ୍‌ରେ ୧୦ଟି ଟିମ୍‌ ସାମିଲ ହେଲେ ଅନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟ ପ୍ରଭାବିତ ହେବ । ଯେମିତିକି ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଛି । ପ୍ରତି ସିଜିନ୍‌ରେ ମୋଟ୍‌ ୬୦ଟି ମ୍ୟାଚ୍‌ ପ୍ରସାରଣ ବାବଦରେ ଏହାକୁ ୧୬ ହଜାର ୩୪୭ କୋଟି ୫୦ ଲକ୍ଷ ଟଙ୍କା ବିସିସିଆଇକୁ ଦେବା ପାଇଁ ହୁଏ । ଏବେ ମ୍ୟାଚ୍‌ ସଂଖ୍ୟା ବଢ଼ିଲେ କଣ କରାଯିବ ? ସୂଚନା ଅନୁସାରେ ପୂର୍ବରୁ ରାଇଜିଂ ପୁନେ ଦଳର ମାଲିକ ଥିବା ଗୌତମ ଅଦାନୀ ଓ ସଞ୍ଜୀବ ଗୋଏଙ୍କା ନୂଆ ଦଳ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.