IDBI ବ୍ୟାଙ୍କରେ ଖାଲି ପଡ଼ିଛି ୧୩୪ଟି ପଦ, +୩ ପାସ୍‌ କରିଥିଲେ ଏବେ ହିଁ କରନ୍ତୁ ଆବେଦନ

IDBI ବ୍ୟାଙ୍କରେ ଖାଲି ପଡ଼ିଛି ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ୍‌ ଏ ସମେତ ୧୩୪ଟି ଅନ୍ୟ ପଦବୀ। ଏହି ପଦରେ ଚାକିରି ଚାହୁଁଥିବା ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରି ନିଯୁକ୍ତି ପାଇଁ ଶ୍ରେଣୀଭୁକ୍ତ ହୋଇପାରିବେ। ସ୍ପେଶାଲିଷ୍ଟ ଅଫିସର ପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଇଚ୍ଛୁକ ପ୍ରାର୍ଥୀ ଆଇଡିବିଆଇର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ୭ ଫେବ୍ରୁଆରୀ ୨୦୨୧ ପୂର୍ବରୁ ଆବେଦନ କରିପାରିବେ।

ପଦ:

ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ୍‌-ଏ)- ୯ ପଦ
ଗ୍ରେଡ୍‌ ବି- ୬୨ ପଦ
ଏଜିଏସ୍‌ ଗ୍ରେଡ୍‌ ସି-୫୨ ପଦ
ଡିଜିଏମ୍‌ ଗ୍ରେଡ୍‌ ଡି- ୧୧ ପଦ

ଯୋଗ୍ୟତା:

ଆସିଷ୍ଟାଣ୍ଟ ମ୍ୟାନେଜର(ଗ୍ରେଡ୍‌-ଏ) ପଦ ପାଇଁ ସ୍ନାତକ ଡିଗ୍ରୀ ସହ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ ଓ ସାଇବର କ୍ରାଇମ୍‌ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ।
ଗ୍ରେଡ୍‌ ବି ପାଇଁ ବିଇ/ବିଟେକ୍‌ (ଇଲେକ୍ଟ୍ରୋନିକ୍ସ, ଇଲେକ୍ଟି୍ରକାଲ ଟେଲିକମ୍ୟୁନିକେସନ୍‌, କମ୍ପ୍ୟୁଟର ସାଇନ୍ସ, ଆଇଟି) କିମ୍ବା ପୋଷ୍ଟ ଗ୍ରାଜୁଏସନ୍‌ କିମ୍ବା ଏମ୍‌ସିଏ ଯୋଗ୍ୟତା ଥିବା ଆବଶ୍ୟକ।

ବୟସ ସୀମା:

୨୧ରୁ ୨୮ ବର୍ଷ

ଆବେଦନ ଶୁଳ୍କ:

ସାଧାରଣ ବର୍ଗ ଓ ଓବିସି-୭୦୦ ଟଙ୍କା
ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ-୧୫୦ ଟଙ୍କା

ଚୟନ ପ୍ରକ୍ରିୟା:

ଅନ୍‌ଲାଇନ୍‌ ପରୀକ୍ଷା ଓ ଇଣ୍ଟରଭ୍ୟୁ

ଅଧିକ ସୂଚନା ପାଇଁ www.idbibank.in କ୍ଲିକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.