ନୀତି ଆୟୋଗ ଲଞ୍ଚ କଲା କ୍ଲାଉଡ଼ ସର୍ଭିସ Digi Boxx , ଫ୍ରିରେ ମିଳିବ 20GB ପର୍ଯ୍ୟନ୍ତର ଷ୍ଟୋରେଜ ସୁବିଧା

ନୀତି ଆୟୋଗ ତରଫରୁ Digi Boxx ନାମକ ଏକ କ୍ଲାଉଡ଼ ସର୍ଭିସ ସୁବିଧା ଆରମ୍ଭ କରାଯାଇଛି । ଏହି Digi Boxx ଚଳିତ ବର୍ଷ ଅଗଷ୍ଟ ମାସରେ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଥିବା ବେଳେ କୌଣସି କାରଣରୁ ହୋଇ ପାରିନଥିଲା । Digi Boxxର ମୂଲ୍ୟ କିଛିଟା ଶସ୍ତା ରଖାଯାଇଥିବା ନେଇ ଜଣାଯାଇଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଥିରେ ଷ୍ଟର ହେଉଥିବା ଡାଟା ଭାରତରେ ହିଁ ରହିବ । ଆଉ ଏହାକୁ ମଧ୍ୟ ୱେବ ଆକ୍ସେସ କରାଯାଇପାରିବ । ଖୁବ ଶୀଘ୍ର ଆଣ୍ଡ୍ରଏଡ଼ ଓ ଆଇଓଏସ ସେବା ଯୋଗାଇ ଦିଆଯିବାକୁ ସ୍ଥିର ହୋଇଥିବା ନେଇ ଜଣାଯାଇଛି । ତେବେ ଆସନ୍ତୁ ଜାଣିବା Digi Boxxର ପ୍ରକୃତ କାମ କଣ:

– ଏହା ଜରିଆରେ ଏକ ଆଇଡି ଖୋଲା ଯାଇ ନିଜ ଡାଟାକୁ ଷ୍ଟୋର କରି ପାରିବେ ।

– ଚାହିଁଲେ ଇମେଲ ସହ ମୋବାଇଲ ନମ୍ବର ଜରିଆରେ ଅନ୍ୟ କାହା ସାଥିରେ ସେୟାର ବି କରିପାରିବେ । ଏଥିରେ ଅନ ଡିମାଣ୍ଡ , ରିୟଲ ଟାଇମ ଆକ୍ସେସ, ଏଡିଟିଙ୍ଗ ପରି ଅନେକ ସୁବିଧା ମାନ ଉପଲବ୍ଧ ହେବ । ଏଥିରେ ସମସ୍ତ ଫର୍ମାଟର ସପୋର୍ଟ ବି ଦିଆଯାଇଛି | Digi Boxx ଫାଇଲକୁ Insta Share ଜରିଆରେ ତୁରନ୍ତ ସେୟାର କରାଯାଇ ପାରିବ ।

digi boxx

– ମାସକୁ ମାତ୍ର ୩୦ ମିନିଟ ଦେଇ ଏହି କ୍ଲାଉଡ଼ ସର୍ଭିସ ପାଇପାରିବେ । ଏଥିରେ ଥିବା ୫ ଟିବି ପର୍ଯ୍ୟନ୍ତର ଷ୍ଟୋରେଜ ୧୦ ଜିବି ପର୍ଯ୍ୟନ୍ତର ଫାଇଲକୁ ଅପଲୋଡ କରିପାରିବ ।

– ଏଥିରେ ଆପଣ ନିଜ ଜିମେଲ ଆକାଉଣ୍ଟକୁ ବି କନେକଟ କରିପାରିବେ ।

– Digi Boxxର ଫ୍ରି ସର୍ଭିସରେ ୨୦ ଜିବି ପର୍ଯ୍ୟନ୍ତର ଷ୍ଟୋରେଜ ଫ୍ୟାସିଲିଟି ମିଳିପାରିବ । ଯାହାଦ୍ୱାରା ୨ଜିବି ପର୍ଯ୍ୟନ୍ତର ଫାଇଲକୁ ହିଁ ଅପଲୋଡ଼ କରିହେବ ।

– 999 ଟଙ୍କିଆ ପ୍ଲାନରେ ୫୦ ଟିବି ପର୍ଯ୍ୟନ୍ତର ଷ୍ଟୋରେଜ ସୁବିଧା ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.