୧୬୧ ଘଣ୍ଟାରେ ତିଆରି ହେଲା ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ଚକୋଲେଟ୍‌ ଷ୍ଟାଚ୍ୟୁ, ଓଜନ ୩୩୯ କିଲୋଗ୍ରାମ୍‌

ପ୍ରସିଦ୍ଧ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ସ୍ମୃତିରେ ତାଙ୍କ ପ୍ରତି ସମ୍ମାନ ଜଣାଇ ପୁଡ଼ୁଚେରୀରେ ତାଙ୍କର ଏକ ଚକୋଲେଟ୍‌ ଷ୍ଟାଚ୍ୟୁ ତିଆରି କରାଯାଇଛି। ବାଲାସୁବ୍ରମଣ୍ୟମ୍‌ଙ୍କର ଏହି ଷ୍ଟାଚ୍ୟୁ ପୁଡ଼ୁଚେରୀର ଏକ ପ୍ରାଇଭେଟ୍‌ ବେକେରୀ ପ୍ରସ୍ତୁତ କରିଛି। ଏହି ଷ୍ଟାଚ୍ୟୁର ଉଚ୍ଚତା ରହିଛି ୫.୮ ଫୁଟ୍‌। ୩୩୯ କିଲୋଗ୍ରାମ୍‌ ଚକୋଲେଟ୍‌ରେ ଏହି ଷ୍ଟାଚ୍ୟୁ ତିଆରି ହୋଇଛି। ଷ୍ଟାଚ୍ୟୁର ମାଇକ୍‌ରେ ZUKA ଲେଖାଯାଇଛି ଓ ଏକ ମୋଟା ଚଷମା ବି ପିନ୍ଧାଯାଇଛି।

ଜୁକା ଚକୋଲେଟ୍‌ କ୍ୟାଫେରେ ସେଫ୍‌ ରାଜେନ୍ଦ୍ରନ୍‌ ନିଜ ଟିମ୍‌ ସହ ମିଶି ଏହାକୁ ତିଆରି କରିଛନ୍ତି। ସେ କହିଛନ୍ତି, ଏହି ଷ୍ଟାଚ୍ୟୁକୁ ତିଆରି କରିବା ପାଇଁ ତାଙ୍କ ଟିମ୍‌କୁ ପ୍ରାୟ ୧୬୧ ଘଣ୍ଟା ସମୟ ଲାଗିଛି।

zuka

ସୂଚନାଯୋଗ୍ୟ ଯେ ବାଲାସୁବ୍ରମଣ୍ୟମ୍‌ ହିନ୍ଦୀ ଫିଲ୍ମରେ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। ସେ ୧୬ଟି ଭାରତୀୟ ଭାଷାରେ ପ୍ରାୟ ୪୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି।

 

View this post on Instagram

 

A post shared by SP Balasubrahmanyam (@ispbofficial)

ପ୍ରକାଶ ଯେ, ଦିଗ୍ଗଜ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ ୩ ମାସ ତଳେ ଅର୍ଥାତ୍‌ ୨୫ ସେପ୍ଟେମ୍ବର ୨୦୨୦ରେ ଦୁନିଆରୁ ବିଦାୟ ନେଇଛନ୍ତି। ସେ କରୋନାରେ ଆକ୍ରାନ୍ତ ଥିଲେ। ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପରେ ବି ଏବେ ଯାଏଁ ଫ୍ୟାନ୍‌ମାନେ ସୁବ୍ରମଣ୍ୟମ୍‌ଙ୍କୁ ଝୁରି ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.