ଦର୍ଶକ ହେଲେ ଭାବପ୍ରବଣ , ଯେବେ ଶେଷ ଥର ପାଇଁ WWE ରିଂଗରେ ନଜର ଆସିଲେ ‘The Shield’

ନିକଟରେ ହୋଇଥିବା ଫାଷ୍ଟଲେନ ପିପିବି କାଫିରେ ସମସ୍ତ ଦର୍ଶକ ଭାବପ୍ରବଣ ହୋଇଯାଇଥିଲେ ଯେତେବେଳେ WWE ଇତିହାସର ସବୁଠାରୁ ସଫଳ ଟ୍ୟାଗ ଟିମ୍‌ ଏକା ସାଙ୍ଗରେ ଶେଷ ଥର ପାଇଁ ରିଂଗରେ ନଜର ଆସିଥିଲେ। ରୋମାନ ରେଞ୍ଜଙ୍କ କ୍ୟାନ୍ସର ଆକ୍ରାନ୍ତ ପରେ ରିଂଗକୁ ଫେରିବାକୁ ନେଇ ଦର୍ଶକ ତଥା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ଦେଇଥିଲା। ଖାଲି ତାହା ନୁହଁ ଦର୍ଶକ ପୁଣି ଥରେ ରିଂଗ ମଧ୍ୟରେ ସିଲ୍ଡ ଟିମ୍‌ଙ୍କୁ ଦେଖି ଖୁବ ଖୁସି ହୋଇଥିଲେ। କିନ୍ତୁ ଦର୍ଶକଙ୍କ ଖୁସି ବେଶି ସମୟ ପାଇଁ ରହିନଥିଲା। କାରଣ ସିଲ୍ଡ ଶେଷ ଥର ପାଇଁ ଏହି ସପ୍ତାହରେ ଖେଳୁଥିଲେ ବୋଲି ରିଗଂ ମଧ୍ୟରେ ଭାଷଣ ଦେଇଥିଲେ।

Roman_Reigns

ସିଲ୍ଡର ତିନି ଜଣ ସଦସ୍ୟ ଭିନ୍ନ ଭିନ୍ନ ପ୍ରକାରରେ କମ୍ପାନିରେ କାମ କରିବାର ନିର୍ଣ୍ଣୟ ନେଇଛନ୍ତି। ଏଥିମଧ୍ୟରୁ ସେଥ ରୋଲିଂ ରେସଲମାନିଆରେ ହୋଉଥିବା ବ୍ରକ୍‌ ଲେସନରଙ୍କ ବିରୋଧରେ ଟାଇଟାଲ ମ୍ୟାଚ ଖେଳିବା ପ୍ରସ୍ତୁତି କରିଥିବା ବେଳେ ଡିନ୍‌ ଏମ୍ବ୍ରୋସ ନିଜର ବର୍ତ୍ତମାନର ଚରିତ୍ରକୁ ଆଗକୁ ବଢ଼ାଇବେ।

ନିଶ୍ଚିତ ପଢ଼ନ୍ତୁ:ହରାଇପାରିନଥିଲା  କ୍ଯାନ୍ସର, କୋହକୁ ଲୁଚାଇ ଦୀର୍ଘ ୧୧ ବର୍ଷ କରିଥିଲେ ଦର୍ଶକଙ୍କ ମନୋରଞ୍ଜନ

ଆପଣ ସମସ୍ତେ ଜାଣିଛନ୍ତି , ରୋମାନ ରେଞ୍ଜ ଦୀର୍ଘ ୧୧ ବର୍ଷ ହେବ କ୍ୟାନସରରେ ପୀଡିତ ଥିଲେ। ଯେଉଁ କାରଣରୁ ସେ WWE ରିଙ୍ଗରୁ ସାମୟିକ ଭାବେ ଅଲବିଦା କହିଥିଲେ। ରେଞ୍ଜଙ୍କ ରିଂଗକୁ ଫେରିବା ନେଇ ବିଭିନ୍ନ ଆକଳନ ଲଗାଯାଉଥିବା ବେଳେ ତାଙ୍କୁ ଆଗାମୀ ରେସଲମେନିଆରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.