Below header

ଦେଖନ୍ତୁ ଧୋନୀ ଏବଂ ଯାଦବଙ୍କ ଟିକଟକ୍ ଭିଡିଓ

ରବିବାର ୩୦ ଜୁନରେ ରୋମାଞ୍ଚକ ମୁକାବିଲାରେ ଭାରତକୁ ଇଂଲଣ୍ଡ ହାତରେ ପରାଜୟର ସାମ୍ନା କରିବାକୁ ପଡିଲା। ଟିମ ହାରିବା ପରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବଙ୍କୁ ଜମେଇକି ଟ୍ରୋଲ କରାହେଉଛି। ସୋସିଆଲ ମିଡିଆରେ ଏକ ଟିକଟକ୍ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଟିମ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ନଜର ଆସୁଛନ୍ତି।

ଭିଡିଓଟି କେବେର ତାହା ନପଡିଥିବାବେଳେ ଭିଡିଓରେ ଧୋନୀ ଏବଂ ଯାଦବ ନଜର ଆସୁଛନ୍ତି। ଭିଡିଓରେ ଧୋନୀଙ୍କ ହାତରେ କଫି ମଗ୍ ଥିବାବେଳେ ଯାଦବଙ୍କ ହାତରେ ଖାଇବା ପ୍ଲେଟ ଥିଲା। ଯାଦବ ଚାମଚରେ ଧୋନୀଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଏବଂ ଲୋକମାନେ ଭିଡିଓଟିର ଖୁବ୍ ମଜା ଉଠାଉଛନ୍ତି।

https://www.facebook.com/chuisms/videos/1353614028126340/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.