ନିଆଳି: ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ

ନିଆଳି(କେନ୍ୟୁଜ୍): କଟକ ଜିଲ୍ଲା ନିଆଳିରେ ଚାଞ୍ଚଲ୍ୟ । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ । ବିନିଶପୁର ସ୍ଥିତ ଆମ୍ବପଡ଼ା ସ୍କୁଲ ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗୁଗୁନା ମହାନ୍ତି ନାମକ ଯୁବକ ଧାରୁଆ ଅସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ପ୍ରଥମେ ଚାରିଛକ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଜମିବାଡ଼ି ବିବାଦରୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.