ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ

ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ। ଗତରାତିରୁ ଲାଗିରହିଥିବା ମୂଷଳଧାରାରେ ବର୍ଷା ଫଳରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି। ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିଥିବାରୁ ୱେଷ୍ଟର୍ଣ୍ଣ, ସେଣ୍ଟ୍ରାଲ ଓ ହାର୍ବର ଲାଇନରେ ଲୋକାଲ ଟ୍ରେନ ସେବାରେ ପ୍ରଭାବିତ ହୋଇଛି। ଅନେକ ଟ୍ରେନ ବିଳମ୍ବରେ ଯାତାୟାତ କରୁଥିବା ବେଳେ ରେଳବିଭାଗ ପକ୍ଷରୁ ୧୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଫଳରେ ୱେଷ୍ଟର୍ଣ୍ଣ ଓ ଇଷ୍ଟର୍ଣ୍ଣ ହାଇୱେରେ ପ୍ରବଳ ଟ୍ରାଫିକ ଜାମ ହୋଇଛି। ଫଳରେ ଅଫିସ ଯିବାରେ ଲୋକମାନଙ୍କ ସମସ୍ୟାଦେଖା ଦେଇଛି। ତଳିଆ ଅଞ୍ଚଳରେ ଲୋକମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି। ଆଗାମୀ ୨୪ଘଣ୍ଟା ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷର ଆକଳ କରିଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ହାଇଟାଇଡ ଆଲର୍ଟ ଜାରି ହୋଇଛି। ଜଳ ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ଅନେକ ସ୍ଥାନରେ ମୋଟର ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.