Below header

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ନୂଆ ଦଳ, ଗୁଜରାଟ ଟାଇଟନ୍ସ ସହିତ ଖେଳିବ ଲକ୍ଷ୍ମୌ ସୁପରଜିଆଣ୍ଟସ

ଆଇପିଏଲ୍‌ ୨୦୨୨ ସିଜନରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଲକ୍ଷ୍ମୌ ସୁପରଜିଆଣ୍ଟସର ଅଧିନାୟକ କେଏଲ୍‌ ରାହୁଲ ରହିଥିବା ବେଳେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଆଇପିଏଲର ମେଗା ନିଲାମୀରେ ଏହି ଦୁଇଟି ଟିମ୍‌ରେ ବହୁତ ନାମୀଦାମୀ ଖେଳାଳି ନିଲାମ ହୋଇଛନ୍ତି। ତେବେ ପ୍ରଥମ ମ୍ୟାଚରେ ଦୁଇଟି ଯାକ ଦଳ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ମ୍ୟାଚ ଆରମ୍ଭ ହେଲେ ଜଣାପଡିବ।

ସୁପରଜିଆଣ୍ଟ୍ସ ଦଳରେ ମାର୍କସ ଷ୍ଟଇନିସ୍, ଜାସନ ହୋଲ୍ଡର, କେଲି ମେୟର୍ସ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି। ମାର୍କ ଉଡ୍ ଆହତ ହୋଇ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅବଶ୍ୟ ଆଣ୍ଡ୍ର୍ୟୁ ଟାଏଙ୍କୁ ଚୁକ୍ତି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇ ନାହିଁ। ତଥାପି ଦଳରେ ଯେଉଁ ଖେଳାଳି ରହିଛନ୍ତି, ସେମାନଙ୍କୁ ନେଇ ଦଳ ଯଥେଷ୍ଟ ଶକ୍ତିଶାଳୀ । ଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ଅଭେଶ ଖାନଙ୍କ ଭଳି ଖେଳାଳି ରହିଛନ୍ତି ।

ଟାଇଟନ୍ସ ଦଳରେ ମଧ୍ୟରେ ଭରପୁର ରହିଛନ୍ତି ଷ୍ଟାର ଖେଳାଳି। ଜାସନ ରୟ ଓହରି ଯାଇଥିଲେ ହେଁ ଦଳ ପ୍ରଭାବିତ ହେବ ନାହିଁ । ଶୁଭମନ ଗିଲଙ୍କ ସହ ମାଥ୍ୟୁ ୱେଡ୍ ପାଳି ଆରମ୍ଭ କରିବେ । ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମିଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ମଝିରେ ରାହୁଲ ତେୱାତିଆ ଓ ଆର ସାଇ କିଶୋର ସ୍ପିନ ବିଭାଗ ସମ୍ଭାଳିବେ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବ ନାହିଁ ।

ତେବେ ଦର୍ଶକ ଦୁଇଟି ନୂଆ ଦଳର ଓପନିଂକୁ ନେଇ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି। କେଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ କିଭଳି ପ୍ରଦର୍ଶନ କରୁଛି, ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.