ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା, ଆଜିଠୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିଭ୍‌ରେ ଅନଲାଇନ୍‌ କ୍ଲାସ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ): ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା । ଭୟାବହ ଯୁଦ୍ଧ ମଧ୍ୟରେ ଆଜି ଶାନ୍ତି କଥାବାର୍ତ୍ତା । ତୁର୍କୀରେ ଆଜି ହେବ ଋଷ-ୟୁକ୍ରେନ କଥାବାର୍ତ୍ତା । ଏହା ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ହେବ । କଥାବାର୍ତ୍ତା ପୂର୍ବରୁ ଜେଲେନସ୍କି ରଖିଲେ ବଡ଼ ବୟାନ । ନ୍ୟୁଟ୍ରାଲ ଷ୍ଟାଟସ ଉପରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ବୋଲି ଜେଲେନସ୍କି କହିଛନ୍ତି । କିନ୍ତୁ ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି ଦରକାର । ନ୍ୟୁଟ୍ରାଲ ଷ୍ଟାଟସକୁ ଲୋକଙ୍କ ଅନୁମତି ବି ଦରକାର । ନ୍ୟୁଟ୍ରାଲ ଷ୍ଟାଟସ ଉପରେ ଜନମତ ସଂଗ୍ରହ ହେବ । ଶାନ୍ତି ଓ ସ୍ୱାଭାବିକ ଜୀବନ ଯାତ୍ରା ଫେରିବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ଜେଲେନସ୍କି।

ଏପଟେ କିଭ୍‌ ଆକ୍ରମଣରୁ ହଟିଲା ଋଷ । ୟୁକ୍ରେନ ରାଜଧାନୀ କିଭ୍‌ ଆକ୍ରମଣରୁ ଋଷ ଏବେ ବିରତ ରହିଲା । ପ୍ରତିଆକ୍ରମଣ ପରେ ଋଷ ସେନାର କିଭ୍‌ ଯୋଜନା ଫେଲ ମାରିଲା । ଆଜିଠୁ କିଭ୍‌ରେ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.