Below header

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦, ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ମେଲବୋର୍ଣ୍ଣ(କେନ୍ୟୁଜ୍) : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୪ ରନ୍‌ରେ ହାରିଥିଲା । ତେଣୁ ଆଜିର ମ୍ୟାଚ୍‌ ଜିତି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ତେବେ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ । ବିଶେଷ କରି ଲୋକେଶ ରାହୁଲଙ୍କ ଆଉଟ୍‌ ଫର୍ମ ଚିନ୍ତାଜନକ ରହିଛି । ଆଜିର ମ୍ୟାଚରେ ଟି-ଟେ୍ଵଣ୍ଟି ସ୍ପେଶାଲିଷ୍ଟ ଯୁଜବେନ୍ଦର ଚହଲଙ୍କୁ ମିଳିପାରେ ସୁଯୋଗ । ପ୍ରଥମ ମ୍ୟାଚରେ ଅଧିକ ରନ୍‌ ବ୍ୟୟ କରିଥିବା ଖଲିଲ ଅହମ୍ମଦଙ୍କ ସ୍ଥାନ ସେ ନେଇ ପାରନ୍ତି ।

top-image-012-866x487 ସେହିପରି କୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନ୍‌ରେ ସାମିଲ ହୋଇପାରନ୍ତି ଓ୍ଵାଶିଂଟନ୍‌ ସୁନ୍ଦର । ସେହିପରି ଘରୋଇ ପରିବେଶ ସହ ୟଙ୍ଗ ବ୍ରିଗେଡଙ୍କୁ ନେଇ ଆଗୁଆ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛି କଙ୍ଗାରୁ ବାହିନୀ । ତେବେ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆର ରେକର୍ଡ ଭଲ । ୩ଟି ଟି-୨୦ରେ ଭାରତର ୨ଟି ଜିତିଛି । ଶେଷ ମ୍ୟାଚ୍‌ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ବିଦୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.