କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର, ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ୟୁଜ୍) : କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଶ୍ୱାସ ରହିଛି, ପଞ୍ଚୁକ ବ୍ରତର ଶେଷ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟପ୍ରାପ୍ତି ହୋଇଥାଏ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଅରୁଣସ୍ତମ୍ଭଠାରୁ ପ୍ରଶାସନ କାର୍ଯ୍ଯାଳୟ ପର୍ଯ୍ଯନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ କର୍ମଚାରୀ ।

dangaସେହିପରି ସମୁଦ୍ର ସ୍ନାନ ସହ ବୋଇତ ବନ୍ଦାଣ ପାଇଁ ଉତ୍ସବମୁଖରିତ ମହୋଦଧି ପରିସର । ବଡି ଭୋରରୁ ନିଜ ପରିବାର ଲୋକଙ୍କ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ସମୁଦ୍ରକୁଳରେ ତଟରକ୍ଷୀ ବାହୀନୀ, ଅଗ୍ନିସମ କର୍ମଚାରୀ, ଲାଇଫଗାର୍ଡ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.