ଆଜିର ମ୍ୟାଚରେ ଚେନ୍ନାଇ ଓ ପଞ୍ଜାବ ହେବେ ମୁହାଁମୁହିଁ, ଦୁହିଁଙ୍କ ହାତରୁ ଯାଇଛି ପୂର୍ବ ମ୍ୟାଚ

ଆଜି ଆଇପିଏଲ ୧୧ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ। ମୁମ୍ବାଇର ବ୍ରାବୋନ୍‌ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ରବିନ୍ଦ୍ର ଜାଡେଜା ଏବଂ ମୟଙ୍କ ଅଗ୍ରଓ୍ଵାଲ ପରସ୍ପରକୁ ଟକ୍କର ଦେବେ। ଦୁଇଟି ଯାକ ଟିମ୍‌ ପୂର୍ବ ମ୍ୟାଚକୁ ହାତଛଡା କରିଛି। ଚେନ୍ନାଇ ସୁପର କିଙ୍ଗସକୁ ଲକ୍ଷ୍ମୌ ସୁପରଜିଆଣ୍ଟସ ମାତ୍‌ ଦେଇଥିବା ବେଳେ ପଞ୍ଜାବକୁ କୋଲକତା ନାଇଟ ରାଇଡର୍ସ ହରାଇଥିଲା।

ଲକ୍ଷ୍ମୌ ବିପକ୍ଷରେ ସିଏସକେ ୭ ଓ୍ଵିକେଟ ହରାଇ ୨୧୦ ରନ କରିଥିଲା। କିନ୍ତୁ ଲକ୍ଷ୍ମୌ ଟିମ୍‌ ମାତ୍ର ୪ ଓ୍ଵିକେଟ ହରାଇ ମ୍ୟାଚ ଜିତିନେଇଥିଲା। ସେହିଭଳି କୋଲକତା ପଞ୍ଜାବ ଠାରୁ ୬ଓ୍ଵିକେଟରେ ମ୍ୟାଚ ଜିତିନେଇଥିଲା। ତେବେ ଚେନ୍ନାଇ ଏବଂ ପଞ୍ଜାବ ଆଜିର ମ୍ୟାଚ ଜିତିବାକୁ ସବୁ ଚେଷ୍ଟା କରିବେ।

ଆଇପିଏଲ୍‌ ପଏଣ୍ଟ ତାଲିକାରେ ଚେନ୍ନାଇ ୮ ନମ୍ବର ସ୍ଥାନରେ ରହିଥିବା ବେଳେ ପଞ୍ଜାବ ୭ ନମ୍ବର ସ୍ଥାନରେ ରହିଛି। ଚେନ୍ନାଇ ପଏଣ୍ଟ ଶୂନ ରହିଥିବା ବେଳେ ପଞ୍ଜାବର ପଏଣ୍ଟ ୨ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.