ଆଜି ପରସ୍ପରକୁ ଟକ୍କର ଦେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍ ଲିଗ୍ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍‌ରାଇଜର୍ସ ଅନ୍ତିମ ଦୁଇ ମୁକାବିଲାକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ। ଆରସିବି ୧୨ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ଦୁଇ ମ୍ୟାଚ୍‌ ଜିତି ପାରିଲେ ଏହି ଦଳ ଶୀର୍ଷ ୨ ସ୍ଥାନରେ ରହି କ୍ବାଲିଫାୟର ୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ।

ଅନ୍ୟପକ୍ଷରେ ସନ୍‌ରାଇଜର୍ସ ବିଜୟୀ ହେଲେ ପଏଣ୍ଟ ଟେବୁଲରେ ଉପରକୁ ଉଠିପାରିବ। କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବ। ଆତ୍ମବିଶ୍ବାସରେ ଭରପୁର ଏହି ଦଳକୁ ହରାଇବାକୁ ହେଲେ ସନ୍‌ରାଇଜର୍ସକୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି ଭଲ କରିବାକୁ ହେବ। ଆର୍‌ସିବି ବିପକ୍ଷରେ ସନ୍‌ରାଇଜର୍ସ ୧୦ ବିଜୟ ପାଇଛି। ଅନ୍ୟପକ୍ଷରେ ଆରସିବି ୮ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ହରାଇଛି।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଡାନିଏଲ୍ କ୍ରିଷ୍ଟିଆନ୍, ଶାହାବାଜ ନଦୀମ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ।

ସନ୍‌ରାଇଜର୍ସ ହାଇଦ୍ରାବାଦ: ଜାସନ ରୟ, ଋଦ୍ଧିମାନ ସାହ, କେନ୍ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଜାସନ ହୋଲ୍ଡର, ରସିଦ ଖାନ୍, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା/ସିଦ୍ଧାର୍ଥ କୌଲ, ଉର୍ମାନ ମଲ୍ଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.