ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା, ଉଦଯାପନୀ ସମାରୋହରେ ଦମ୍ ଦେଖାଇଲା ଭାରତ

ଟୋକିଓ: ଦୀର୍ଘ ୧୭ ଦିନ ଧରି ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ଆଡମ୍ବର ସହକାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଶେଷ ହୋଇଛି ଅଲିମ୍ପିକ୍ସ ଗେମ୍ସ ।

ସାରା ବିଶ୍ୱର ଖେଳାଳି ଏବେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଉଦଯାପନୀ ପରେ ଏବେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ଯାଏ ପାରାଅଲିମ୍ପିକ୍ସ ଆୟୋଜିତ ହେବ।

india

ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ପୁରା ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଥିଲା। ଉଦଯାପନୀ ସମାରୋହରେ ଭାରତର ୧୦ଜଣ ଭାରତୀୟ ଆଥଲେଟ୍ ଏବଂ ଅଫିସିଆଲ୍ସ ଭାଗ ନେଇଥିଲେ। ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଉଦଯାପନୀ ସମାରୋହରେ ବଜରଙ୍ଗ ହାତରେ ତ୍ରିରଙ୍ଗା ଧରି ମାର୍ଚ୍ଚ ପାଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.