କିଟ୍‌ ୟୁନିଭରସିଟରେ ନ୍ୟାସନାଲ ୟୁନିଭରସିଟି ଗେମସ୍‌ ଉଦଘାଟନ କଲେ କିଟ୍‌ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):  କିଟ୍‌ ୟୁନିଭରସିଟରେ ନ୍ୟାସନାଲ ୟୁନିଭରସିଟି ଗେମସ୍‌ ଉଦଘାଟିତ । କିଟ୍‌ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିଛନ୍ତି । କିଟ୍‌ ଓ କିସ ମିଳିତ ସହଯୋଗରେ ଅଲ ଇଣ୍ଡିଆ ୟୁନିଭରସିଟି ସଫ୍ଟ ଟେନିସ , ଟଗ ଫର୍‌ ୱାର ଓ ଇଷ୍ଟ ଜୋନ ୟୁନିଭରସିଟ ବାସ୍କେଟ୍‌ ବଲ, ଚେସ୍‌, ଫୁଟବଲ୍‌ , ଟେବଲ ଟେନିସ୍‌, ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସାତୋଟି ଇଭେଣ୍ଟରେ ୩୫୦ଟି ୟୁନିଭରସିଟର ୪ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ନ୍ୟାସନାଲ ୟୁନିଭରସିଟି ଅଫ୍‌ ଗେମସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଉତ୍ସବରେ କିଟ୍‌ର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ପ୍ରୋ ଭାଇସ ଚାନସଲର କିଟ ପ୍ରଫେସର ସସ୍ମିତା ସାମନ୍ତ ଓ ଅଲମ୍ପିଆନ ଦୂତୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.