ଆସନ୍ତା ୮ ତାରିଖ ବିଜୟା ଦଶମୀରେ ଭାରତକୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରିବ ଫ୍ରାନ୍‌ସ, ଶସ୍ତ୍ର ପୂଜା ଲାଗି ପ୍ୟାରିସ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ଅକ୍ଟୋବର ୮। ବିଜୟା ଦଶମୀ। ରାବଣ ପୋଡି ଉତ୍ସବ। ଅସତ୍ୟ ଉପରେ ସତ୍ୟର ହେବ ଜୟ। ଏହି ସମୟରେ ଭାରତକୁ ମିଳିବ ଶତ୍ରୁକୁ ଧ୍ୱଂସ କରିବାକୁ ଥିବା ବିମାନ ରାଫେଲ। ଆଠ ତାରିଖ, ଦଶହରା ସହ ଏୟାର ପୋର୍ସ ଡେ। ଏହି ସୟମରେ ସ୍ୱତନ୍ତ୍ର ଉତ୍ସବରେ ଫ୍ରାନ୍‌ସରେ ଭାରତକୁ ହସ୍ତାନ୍ତର ହେବ ପ୍ରଥମ ରାଫେଲ ବିମାନ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍‌ସ ଯିବା କାର୍ଯ୍ୟକ୍ରମ ରହିଛି।

ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ଆସନ୍ତା ବର୍ଷ ମେ ମାସରେ ଭାରତ ପହଞ୍ଚିବା ସମ୍ଭାବନା ରହିଛି। ଏ ସମୟ ଭିତରେ ବିମାନର ପରୀକ୍ଷଣ ସହ ପାଇଲଟଙ୍କ ଫ୍ଲାଇଟ୍‌ ଟ୍ରେନିଂ ହେବ। ଯୁଦ୍ଧ ବିମାନ ସେପ୍ଟେମ୍ବର ୧୯ରେ ହସ୍ତାନ୍ତର ହେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହୋଇଛି। ଅକ୍ଟୋବର ୮ରେ ହସ୍ତାନ୍ତର ହେବ। ହସ୍ତାନ୍ତର ଉତ୍ସବରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ସହ ଫ୍ରାନ୍‌ସର ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ।

rafel1

ରାଫେଲ ସହ ରହବି ସ୍କାଲ୍‌ପ ଗ୍ରାଉଣ୍ଡ ଆଟାକ ମିସାଇଲ। ଏହି ମିସାଇଲର ରେଞ୍ଜ ୩ଶହ କିଲୋମିଟର। ଯୁଦ୍ଧ ବିମାନ ଭାରତରେ ପହଞ୍ଚିବା ପୂର୍ବରୁ ଭାରତୀୟ ପାଇଲଟ ଫ୍ରାନ୍‌ସରେ ୧୫ଶହ ଘଣ୍ଟାର ଉଡାଣ ପରୀକ୍ଷଣ କରିବେ। ଏହାପରେ ଭାରତ ଆସିବ ବିମାନ। ଆସନ୍ତା ମେ ମାସ ସୁଦ୍ଧା ପ୍ରଥମ ବ୍ୟାଚ୍‌ରେ ୪ଟି ବିମାନ ଆସିବା ଅନୁମାନ କରାଯାଉଛି। ରାଫେଲର ଅନୁଧ୍ୟାନ ପାଇଁ ବର୍ତ୍ତମାନ ଫ୍ରାନ୍‌ସରେ ଭାରତୀୟ ଟିମ୍‌ ଉପସ୍ଥିତ ଅଛନ୍ତି। ୩୬ଟି ରାଫେଲ ବିମାନ କିଣିବା ନେଇ ୨୦୧୬ରେ ଫ୍ରାନ୍‌ସ ଭାରତ ମଧ୍ୟରେ ଚୁକ୍ତି ହୋଇଥିଲା।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.