Below header

କାଳ ସାଜିଲା ବଜ୍ରପାତ, ବିଭିନ୍ନ ସ୍ଥାନରେ ନେଲା ୭ ଜୀବନ

କେନ୍ୟୁଜ୍ (ବ୍ୟୁରୋ):  ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୭ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବାଉଁଶଗଡ଼ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଦୁଃଶାସନ ନାୟକ ଓ ଭାଗବତ ନାୟକ । ସେହିପରି ପଦ୍ମପୁର ଗାଁରେ ବଜ୍ରାଘାତରେ ଅନ୍ୟ ଦୁଇ ଯୁବକ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ସାନଯୋଡ଼ା ଗାଁରେ ଜଣେ ମୃତ୍ୟୁ ଘଟିଛି । ତାଙ୍କ ନାଁ ଯୋଗେଶ୍ୱର ନାୟକ । ଗତକାଲି ରାତିରେ ସାନଯୋଡ଼ାରୁ ଜୁରୁଡ଼ି ଫେରୁଥିବା ବେଳେ ବଜ୍ରାଘାତରେ ତିନି ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଛି । ତେଲକୋଇ ଥାନାର ତିମିରିମୁଣ୍ଡା ଗାଁର ଗୀତାଞ୍ଜଳି ପ୍ରଧାନ କ୍ଷେତକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ଜୀବନ ଯାଇଛି । ସେହିପରି ବୌଦ୍ଧ ଜିଲ୍ଲା ବନ୍ଧାପଥର ଗାଁରେ ବଜ୍ରାଘାତରେ ଜଣେ ଚାଷୀ ବିଲରେ ଟଳି ପଡ଼ିଥିଲେ । ତାଙ୍କ ନାଁ ରୋହିତ ବେହେରା ।  ଦେବଗଡ଼ ଥାନା ଅନ୍ତର୍ଗତ ସାନଡଙ୍ଗାଘାଟ ପାଣପଶି ଗାଁରେ ବଜ୍ରପାତ ଜଣଙ୍କ ପ୍ରାଣହାନୀ ଘଟିଛି । ସେ ହେଲେ ରମଣୀ ନନ୍ଦ । ଦେବଗଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବଲାଙ୍ଗୀରରେ ବଜ୍ରଘାତରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.