Below header

୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଗଲେ ଭାରତୀୟ କ୍ରିକେଟର, ବିଲ୍‌ ଦେଖି ବିସିସିଆଇର ଉଡିଗଲା ହୋସ୍‌

ଭାରତୀୟ କ୍ରିକେଟ ଯେତିକି ନିଜ ଖେଳ ପାଇଁ ଦୁନିଆରେ ଚର୍ଚ୍ଚିତ, ସେତିକି ବିବାଦ ଯୋଗୁଁ ମଧ୍ୟ ଚର୍ଚ୍ଚିତ। ଭାରତରେ ଏବେ ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ୨୦୨୧-୨୨ ଖେଳାଯାଉଛି। ଆଉ ରଣଜୀ ଟ୍ରଫିରେ ବିବାଦ ସାଧାରଣ କଥା ହୋଇପଡିଛି । ଏବେ ଏମିତି ଏକ ବିବାଦରେ ସଂପୂର୍ଣ୍ଣ ଟିମ୍‌ ଫସିଯାଇଛି।

ରଣଜୀ ଟ୍ରଫିର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁମ୍ବାଇ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଟିମ୍‌ ୭୨୫ ରନ୍‌ କରି ରେକର୍ଡ କରିଥିଲା। କିନ୍ତୁ ଏହା ପରେ ଏମିତି ଏକ ଖବର ମିଡିଆରେ ଭାଇରଲ ହୋଇଥିଲା, ଯାହା ପାଇଁ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନକୁ ସଫେଇ ଦେବାକୁ ପଡିଥିଲା।

ଖବର ମୁତବାକ, ଉତ୍ତରାଖଣ୍ଡର ରାଜ୍ୟ ଟିମ୍‌ ପ୍ରତି ଖେଳାଳିଙ୍କୁ ଦିନକୁ ୧୦୦ ଟଙ୍କା ଭତ୍ତା ଦେଇଥାଏ। କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଖେଳାଳିଙ୍କୁ କେବଳ ୧୦୦ ଟଙ୍କା ଦୈନିକ ଭତ୍ତା ଦେଉଛି ବୋଲି ଖବର ଚର୍ଚ୍ଚାକୁ ଆସିଥିଲା। ଉତ୍ତରାଖଣ୍ଡ କ୍ରିକେଟ ଏହି ଚର୍ଚ୍ଚାକୁ ଖାରିଜ କରି ଖେଳାଳିଙ୍କ ଖାଇବା ପିଇବା ଖର୍ଚ୍ଚ ଦେଖାଇଥିଲା, ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡିଯାଇଥିଲା।

cricket

ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ମୁତବାକ, ଖେଳାଳି ଖାଇବା ବାବଦରେ ୧.୭୪ କୋଟି ଖର୍ଚ୍ଚ ହୁଏ। ଆଉ ଖେଳାଳିଙ୍କ ଦୈନିକ ଭତ୍ତା ବାବଦରେ ୪୯ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ ହୁଏ। ଖେଳାଳିଙ୍କ ପାଇଁ କଦଳୀ ପାଇଁ ୩୫ ଲକ୍ଷ ଏବଂ ପାଣି ବୋତଲ ପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା ପରେ ଖେଳାଳିଙ୍କର ୨୦୨୧-୨୨ରେ ୧୨୫୦ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ଦିନ ୧୫୦୦ ଟଙ୍କା ଦୈନିକ ଭତ୍ତା ନିର୍ଦ୍ଧାରିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.