ପଡ଼ିଆ ବାହାରେ କିଛି ଭଲ କାମ କଲେ ରେକର୍ଡ଼-ମ୍ୟାନ୍ ବିରାଟ

ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ସିରିଜରେ ଟେଷ୍ଟ ଓ ଦିନିକିଆ ଜିତି ସାରିଛି ଟିମ୍ ଇଣ୍ଡିଆ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଟି-ଟ୍ବେଣ୍ଟି ସିରିଜ୍ । କିନ୍ତୁ ଏଥିରେ ଖେଳିବେ ନାହିଁ ଅଧିନାୟକ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦିଆଯାଇଛି । ଅବଶ୍ୟ ନଭେମ୍ବର ୨୧ ତାରିଖରୁ ଅଷ୍ଟ୍ରେଲିଆ ସହ ଆରମ୍ଭ ହେଉଥିବା ଟି-ଟ୍ବେଣ୍ଟି ସିରିଜରେ ବିରାଟ ଖେଳିବେ । ତେବେ ବର୍ତ୍ତମାନ ବିଶ୍ରମ ସମୟରେ ଏହି ରେକର୍ଡ଼-ମ୍ୟାନ କିଛି ଭଲ କାମ କରିଛନ୍ତି ।

KOHLI DANCE-1

ଅନାଥ ପିଲାଙ୍କ ସହ ଦୀପାବଳି ମନାଇଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋହଲି ଏହି ଅନାଥ ପିଲାମାନଙ୍କ ସହ ବେଶ୍ କିଛି ସମୟ କଟାଇଥିଲେ । ପୁଣି ସେମାନଙ୍କୁ ଖୁସି କରାଇବା ପାଇଁ ଡ୍ୟାନ୍ସ ବି କରିଥିଲେ ।

KOHLI DANCE-3

 

ଏହି କାର୍ଯ୍ୟକ୍ରମରେ ସାଥୀ ଖେଳାଳି ଉମେଶ ଯାଦବ, ଶ୍ରେୟସ ଆୟର, ଇଶାନ କିଶନ, ବାସ୍କେଟ୍ ବଲ୍ ଖେଳାଳି ସତନାମ ସିଂହ ଉପସ୍ଥିତ ଥିଲେ । ବିରାଟଙ୍କ ସମେତ ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧିଥିଲେ ।

କୋହଲିଙ୍କ କଥା କହିଲେ ଶାହାରୁଖ

‘ଜିରୋ’ ଟ୍ରେଲର ରିଲିଜ୍ ବେଳେ ବିରାଟ କୋହଲିଙ୍କ କଥା ଉଠାଇଥିଲେ କିଙ୍ଗ ଖାନ୍ ଶାହାରୁଖ । କାରଣ ଏହି ଫିଲ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ଅଭିନୟ କରିଛନ୍ତି । ବିରାଟଙ୍କ ପତ୍ନୀ ଅନୁଷ୍କାଙ୍କୁ ସେ ମଜା କରି କହିଥିଲେ ମୋର ଆଶୀର୍ବାଦ ତାଙ୍କର ଶୀଘ୍ର ପିଲା ହେଉ ଏବଂ ଅନୁଷ୍କା ତାଙ୍କ ଘରେ ଏକ କ୍ରିକେଟ୍ ଟିମ୍ କରନ୍ତୁ ।

SAHRUKH-1

Leave A Reply

Your email address will not be published.