ପଲିଥିନ ବ୍ଯବହାରକାରୀଙ୍କ ଉପରେ ଶକ୍ତ କାର୍ଯ୍ଯାନୁଷ୍ଠାନ, ଅନେକ ସ୍ଥାନରେ ସ୍କ୍ଵାର୍ଡ ପକ୍ଷରୁ ଚଢ଼ାଉ

ପୁରୀ/ ବ୍ରହ୍ମପୁର (କେନ୍ଯୁଜ୍) : ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରି ପଲିଥିନ୍ ଜବତ କରାଯିବା ସହ ଜରିମାନା ଆଦାୟ ହୋଇଛି। ଏହାସହ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଉଛି । ଏ ନେଇ ବିଏମସି କମିଶନର ଚକ୍ରବର୍ତ୍ତୀ ରାଠୋର ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।
ପୁରୀରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବା ପରେ ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ପକ୍ଷରୁ ଚଢ଼ାଉ ଜାରି ରହିଛି। ୩ଦିନ ମଧ୍ୟରେ ୫୦ଟି ଦୋକାନ, ମାର୍କେଟ କମ୍ପ୍ଲେକ୍ସ ଆଦିରେ ଚଢ଼ାଉ କରି ୩୦ ହଜାରରୁ ଅଧିକ ଜରିମାନା ଆଦାୟ ହୋଇଛି । ବର୍ତ୍ତମାନ ସହରରେ ୭୦ ପ୍ରତିଶତ ପଲିଥିନ୍ ବ୍ୟବହାର କମିଯାଇଥିବା ଜିଲ୍ଲାପାଳ କହିଛନ୍ତି ।