ଟିମ୍‌ ଇଣ୍ଡିଆ ପାଇଁ ପୁଣି ଏକ ଝଟକା ! ରୋହିତଙ୍କ ପରେ ଆହତ ହେଲେ ବିରାଟ କୋହଲି

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର । ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଆହତ ହୋଇଥିବା ଖବର ମିଳିଛି। ନେଟ ପ୍ରାକ୍ଟିସ ବେଳେ ହର୍ଷଲ ପଟେଲଙ୍କ ବଲରେ ବିରାଟ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ, ବିରାଟ ଆହତ ହେବା ପରେ ଅଧାରୁ ନେଟ ପ୍ରାକ୍ଟିସକୁ ଛାଡି ଚାଲିଯାଇଥିଲେ। ତେବେ ବିରାଟ କୋହଲି ଆହତ ବିଷୟରେ ଏପର୍ଯ୍ୟନ୍ତ ବେଶୀ କିଛି ସୂଚନା ମିଳିନାହିଁ।

ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚ୍‌ ପାଇଁ ନେଟ୍‌ ପ୍ରାକ୍ଟିସ କରୁଥିଲେ। ଏହି ସମୟରେ ହର୍ଷଲ ପଟେଲ ତାଙ୍କୁ ବୋଲିଂ କରୁଥିବା ବେଳେ ଆଘାତ ଲାଗିଥିଲା। ଆଘାତ ଲାଗିବା ପରେ ବିରାଟ ତୁରନ୍ତ ମଇଦାନ ବାହାରକୁ ଚାଲିଯାଇଥିଲେ। ତେବେ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ଖୁବଶୀଘ୍ର ବିରାଟଙ୍କୁ ନେଇ ଅପଡେଟ୍‌ ଜାରି ହେବ।

ଯଦି ବିରାଟଙ୍କ ଆଘାତ ସମସ୍ୟା ଅଧିକ ହୁଏ, ତେବେ ଟିମ୍‌ ଇଣ୍ଡିଆ ପାଇଁ ବଡ ସମସ୍ୟା ହେବ। ଟିମ୍‌ ଇଣ୍ଡିଆ ବଡ ଝଟକା ଲାଗିପାରେ। ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆର ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟସମ୍ୟାନ। ବିରାଟଙ୍କ ଫର୍ମ ଜବରଦସ୍ତ ରହିଛି। ବିରାଟ ଏବଂ ସୂର୍ଯ୍ୟଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।

ଏହା ପୂର୍ବରୁ ମଙ୍ଗଳବାର ଦିନ ରୋହିତ ଶର୍ମା ନେଟ ପ୍ରାକ୍ଟିସ ବେଳେ ଆହତ ହୋଇଥିଲେ। ଅଭ୍ୟାସ କରୁଥିବା ସମୟରେ ନେଟ୍‌ରେ ହିଟ୍ ମ୍ୟାନ ଆହତ ହୋଇଥିଲେ। ରୋହିତ ଥ୍ରୋ ଡାଉନ ସ୍ପେଶାଲିଷ୍ଟ ହାରିଙ୍କ ବଲରେ ଆହତ ହୋଇଥିଲେ। ଆହତ ହୋଇ ଅସହଜ ଅନୁଭବ କରିବା ପରେ ଯନ୍ତ୍ରଣା ହୋଇଥିଲା। ପରେ ରୋହିତଙ୍କୁ ଫିଜିଓ ଓ ଡାକ୍ତର ପହଞ୍ଚି ଆଘାତକୁ ତଦାରଖ କରିଥିଲେ । ଫିଜିଓ କିଛି ସମୟ ହାତକୁ ମସାଜ କରିବା ପରେ ରୋହିତ ଶର୍ମା ଡ୍ରିଙ୍କ ବକ୍ସରେ ବସୁଥିବା ନଜର ଆସିଥିଲେ। କିନ୍ତୁ କିଛି ସମୟ ପରେ ଆସି ପୁଣି ଅଭ୍ୟାସ କରିଥିଲେ। ରୋହିତ ଶର୍ମାଙ୍କ ସ୍ୱାସ୍ଥ୍ୟକୁ ନେଇ ନୂଆ ଅପଡେଟ୍‌ ମଧ୍ୟ ଜାରି ହୋଇଛି। ରୋହିତ ସେମିଫାଇନାଲ ମ୍ୟାଚ୍‌ ଖେଳିବା ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ରହିଛନ୍ତି।

ତେବେ ଟିମ୍‌ ଇଣ୍ଡିଆ ପାଖରେ ବ୍ୟାଟିଂ ପାଇଁ ଅଧିକ ବ୍ୟାକଅପ୍‌ ଅପସନ ନାହିଁ। ତେଣୁ ବିରାଟଙ୍କ ଆହତଜନିତ ସମସ୍ୟାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଖେଳାଳି ଚିନ୍ତାରେ ରହିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ କିଛି ଅପଡେଟ୍‌ ମିଳିନାହିଁ।

Also Read : ଟିମ୍‌ ଇଣ୍ଡିଆକୁ ଝଟକା, ସେମିଫାଇନାଲ ପୂର୍ବରୁ ଅଭ୍ୟାସ କରିବା ବେଳେ ଆହତ ହେଲେ ରୋହିତ ଶର୍ମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.