ଦିନେଶ କାର୍ତ୍ତିକ ଏବଂ ଆଭେଶ ଖାନଙ୍କ ପାଇଁ ଏମିତି ମେସେଜ କଲେ ସେହ୍ଵାଗ, ଟ୍ଵିଟରରେ ହେଉଛି ଭାଇରଲ

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଧୂଆଁଦାର ବ୍ୟାଟସମ୍ୟାନ୍ ବୀରେନ୍ଦ୍ର ସେହ୍ଵାଗ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ସତ କିନ୍ତୁ ସୋସିଆଲ ମିଡିଆ ଜରିଆରେ ପିଚ୍ରେ ଚଉକା ଛକ୍କା ଲଗାନ୍ତି। ଟିମ୍ ଇଣ୍ଡିଆ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚକୁ ଜିତିଛି। ଭାରତର ଏହି ବିଜୟ ଶ୍ରେୟ ଦିନେଶ କାର୍ତ୍ତିକ ଏବଂ ଆଭେଶ ଖାନଙ୍କୁ ଦିଆଯାଇଛି।
ଦିନେଶ କାର୍ତ୍ତିକ ଏହି ମ୍ୟାଚରେ ପ୍ରଥମ ଟି-୨୦ ଅର୍ଦ୍ଧଶତକ ମାରିଛନ୍ତି। ଦିନେଶ କାର୍ତ୍ତିକ ଏହି ମ୍ୟାଚରେ ୫୫ ରନ୍ କରିଛନ୍ତି। ସେହିଭରି ଆଭେଶ ଖାନ ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି। ଏହାକୁ ନେଇ ସେହ୍ଵାଗ ଟ୍ଵିଟ୍ କରିଛନ୍ତି। ଯାହା ଏବେ ଭାଇରଲ ହେବାରେ ଲାଗିଛି।
Fantastic striking from DK and Kungfu Pandya in the last 5 overs.
Bowlers ko kamaal karna padega to defend 169. #INDvSA— Virender Sehwag (@virendersehwag) June 17, 2022
ଲୋକପ୍ରିୟ େଓ୍ଵବସିରିଜ ‘ସ୍କାନ ୧୯୯୨’ର ଲିଡ ଭୂମିକାରେ ଥିବା ହର୍ଷଦ ମେହେତା (ପ୍ରତୀକ ଗାନ୍ଧୀ)ଙ୍କର ଏକ ଡାଇଲଗ ବହୁତ ଭାଇରଲ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ମିମ୍ ଦେଖିବାକୁ ମିଳିଥିଲା। ଏହି ମିମ୍କୁ ସେୟାର କରି ସେହ୍ଵାଗ ଲେଖିଛନ୍ତି‘ ଆଜି ପ୍ରଥମ ହାଫ୍ରେ ଡିକେ ଏବଂ ଆଭେଶ ଖାନ, ଯାହା ପୂର୍ବରୁ ୩ଟି ମ୍ୟାଚରେ ଓ୍ଵିକେଟ ନ ନେବା ପରେ ସେମାନଙ୍କ ଚୟନକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଟିମ୍ ଇଣ୍ଡିଆ ଷ୍ଟାଇଲରେ ମ୍ୟାଚ ଜିତିଥିଲା।
DK today in the first half.
And Avesh whose place was questioned after being wicketless in the first three matches.
Winning in style -Team India. #INDvSA pic.twitter.com/VOJix6A8sh— Virender Sehwag (@virendersehwag) June 17, 2022
ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଯୋଗୁଁ ଟିମ୍ ଇଣ୍ଡିଆ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୬୯ ରନ୍ କରିଥିଲା। ଏହାପରେ ଭାରତୀୟ ବୋଲର ଦରଦାର ବୋଲିଂ କରି କ୍ଷିଣ ଆଫ୍ରିକା ଟିମ୍କୁ ଅଲଆଉଟ୍ କରିଥିଲେ। ୫ଟି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ରେ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ଦୁଇଟି ଯାକ ଟିମ୍ର ଭାଗ୍ୟ ନିର୍ଦ୍ଧାରଣ କରିବ।