କିଟ୍‌ରେ ଆରମ୍ଭ ହୋଇଛି ଉଇକେଣ୍ଡ ଭଲିବଲ ଟୁର୍ଣ୍ଣାମେଣ୍ଟ, ରାଜ୍ୟର ୬ଟି ଜୋନ୍‌ରେ ପର୍ଯ୍ୟାୟ କ୍ରମେ ଖେଳାଯିବ

ଭୁବନେଶ୍ବର(କେନ୍ୟୁଜ୍):   କିଟ୍‌ ବିଶ୍ୱ ବିଦ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଉଇକେଣ୍ଡ ଭଲିବଲ ଟୁର୍ଣ୍ଣାମେଣ୍ଟ । ଓଡ଼ିଶା କ୍ରୀଡା ବିଭାଗ, କିଟ୍‌ କିସ୍‌ କ୍ରୀଡା ବିଭାଗ ଏବଂ ଓଡ଼ିଶା ଭଲିବଲ ଆସୋସିଏସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ଭଲିବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ରାଜ୍ୟର ୬ଟି ଜୋନ୍‌ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ଜଗତସିଂହପୁର ଓ ଫୁଲବାଣୀରେ ପ୍ରର୍ଯ୍ୟାୟ କ୍ରମେ ଖେଳାଯିବ । ପ୍ରତି ସପ୍ତାହରେ ଶନିବାର ଓ ରବିବାର ଖେଳାଯିବ ମ୍ୟାଚ୍‌ । ଆଜି ଉଦଘାଟନୀ ଦିବସରେ ଭୁବନେଶ୍ୱର ଜୋନରେ ବିଭିନ୍ନ ଜିଲାରୁ ୨୫୦ ଜଣ ପିଲା ଭାଗ ନେଇଛନ୍ତି ।

ସମସ୍ତ ଜୋନ୍‌ର ଟିମ ମଧ୍ୟରୁ ୨ଟି ବେଷ୍ଟ ଟିମ୍‌ ବଛାଯିବ । ସେହି ଟିମ୍‌ ଇଣ୍ଟର ଜୋନ୍‌ ଖେଳିବେ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ବଛା ବଛା ଖେଳାଳିଙ୍କୁ ରାଜ୍ୟ ସରକାରଙ୍କର କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଭଲିବଲ ଫେଡେରେସନ୍‌ ଅଫ ଇଣ୍ଡିଆର ସଭାପତି ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଦ୍‌ଘାଟନୀ ଉତ୍ସବରେ କିଟ୍‌ ଓ କିସ୍‌ କ୍ରୀଡା ବିଭାଗର ମହାନିେର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ, ଅଲ ଓଡ଼ିଶା ଚେସ୍‌ ଆସୋସିଏସନ୍‌ର ସେକ୍ରେଟାରୀ ଦେବବ୍ରତ ଭଟ, ସିନିୟର ଇଣ୍ଡିଆ ଓମେନ ଟିମ୍‌ର ହେଡ କୋଚ୍‌ ପ୍ରତିମା ସିଂହ ଚୌହାନ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.