Below header

ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜକୁ ମାତ୍ର ୫ ରନରେ ହରାଇଲା ନ୍ୟୁଜିଲାଣ୍ଡ୍

ମାଞ୍ଚେଷ୍ଟର୍: ଗତକାଲି ବିଶ୍ବକପରେ ହୋଇଥିଲା ଦୁଇଟି ହାଇଭୋଲଟେଜ୍ ମୁକାବିଲା। ରୋମାଞ୍ଚକ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ର ୫ ରନରେ ହରାଇ ନ୍ୟୁଜିଲାଣ୍ଡ୍ ବିଜୟ ହାସଲ କରିଛି। କାର୍ଲୋସ୍ ବ୍ରାଥୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ୱେଷ୍ଟଇଣ୍ଡିଜ ବିଜୟ ହୋଇପାରିନଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ଟି ଓ୍ବିକେଟ ହରାଇ ନିର୍ଦ୍ଦାରିତ ଓଭରରେ ୨୯୧ ରନ ହାସଲ କରିଥିଲା। ଏହାର ଜବାବ ଦେବାକୁ ଯାଇ ଅନେକ ଚେଷ୍ଟା ପରେ ୱେଷ୍ଟଇଣ୍ଡିଜ୍ ୪୯ଓଭରରେ ସମସ୍ତ ୱିକେଟ ହରାଇ ହାସଲ କରିପାରିଥିଲା ୨୮୬ ରନ୍। ଫଳରେ ମାତ୍ର ୫ରନରେ ବିଜୟ ହୋଇଥିଲା ନ୍ୟୁଜିଲାଣ୍ଡ।

ଦଳକୁ ଜିତାଇବା ପାଇଁ ଖୁବ୍‌ ପରିଶ୍ରମ କରିଥିଲେ ବ୍ରାଥ୍‌ରାଇଟ୍‌ । ଶତକ ବି ହାସଲ କଲେ । ହେଲେ ଦଳୁ ଜିତାଇ ପାରିଲେ ନାହିଁ । ତେଣୁ ଖେଳ ଶେଷରେ ପଡ଼ି ଭିତରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ । କାନ୍ଦି ପକାଇଥିଲେ । ତାଙ୍କୁ ନ୍ୟୁଜିଲାଣ୍ଡ ଖେଳାଳି ଆସି ସାନ୍ତ୍ୱନା ଦେଇଥିଲେ ।

ଦେଖନ୍ତୁ ଭିଡିଓ….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.