ଆଜି ରାଜ୍ୟ ବିଜେପି ବିଧାୟକ ଦଳ ବୈଠକ, ଜୟନାରାୟଣ ମିଶ୍ର ହୋଇପାରନ୍ତି ବିଧାୟକ ଦଳ ନେତା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ବିଜେପି କାର୍ଯ୍ୟଳୟରେ ଆଜି ବସୁଛିି ବିଜେପି ବିଧାୟକ ଦଳ ବୈଠକ । ଏଥିରେ ବିଜେପି ବିଧାୟକ ଦଳ ନେତା ବଛାଯିବେ । ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଜୟନାରାୟଣ ମିଶ୍ରଙ୍କୁ ବିଧାୟକ ଦଳ ନେତା ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଜୟନାରାୟଣ ଚତୁର୍ଥ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିଲେ । ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ପଦ ମିଳିବାର ସମ୍ଭାବନା ଅଧିକ । ବୈଠକରେ ଯୋଗଦେବା ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ରୀୟ ପଯ୍ୟର୍ବେକ୍ଷକ ସରୋଜ ପାଣ୍ଡେ ଏବଂ ପ୍ରଭାରୀ ଅରୁଣ ସିଂ ।

ସେହିପରି ବିଜେପିର ୨୩ ବିଧାୟକ ମଧ୍ୟ ସାମିଲ ହେବେ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପଦ ପାଇଁ ମୋହନ ମାଝୀ ଓ ବିଷ୍ଣୁ ସେଠୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ମୋହନ ମାଝୀ ତୃତୀୟ ଥର ଓ ବିଷ୍ଣୁ ସେଠୀ ଦ୍ୱିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ବିଜେପିରେ ସାଂଗଠନିକ ପୁନର୍ବିନ୍ୟାସ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହାକୁ ତ୍ୱରାନ୍ଵିତ କରିବା ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଏଥିପାଇଁ ବିଜେପିର ଜିଲ୍ଲା ସଭାପତି,ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ବର୍ତ୍ତମାନ ରାଜ୍ୟ ବିଜେପିର ସଦସ୍ୟ ସଂଖ୍ୟା ୩୬ ଲକ୍ଷ୍ୟ ଥିବା ବେଳେ ଏହାକୁ ୪୫ ଲକ୍ଷରେ ପହଞ୍ଚାଇବାକୁ ଦଳ ଲକ୍ଷ୍ୟ ରଖିଛି । ସଦସ୍ୟତା ସଂଗ୍ରହ କାର‌୍ୟ୍ୟ ସରିବା ପରେ ପ୍ରଥମେ ମଣ୍ଡଳ ସଭାପତି ନିର୍ବାଚନ ହେବ । ଏହାପରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରାଯିବ । ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ସଭାପତି ରେସରେ ଅଛନ୍ତି କେ.ଭି ସିଂଦେଓ ଓ ଜୁଏଲ ଓରାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.