କିଏ ଜିତିବ ଆଇପିଏଲ୍ ? ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଟିମ୍ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା
ଭୟ ଟିମ୍ ଆଇପିଏଲ୍ ଓପେନିଂ ମ୍ୟାଚ୍ ଖେଳିଥିଲେ । ସେହିପରି ଫାଇନାଲ୍ ପୂର୍ବରୁ ଖେଳିଥିଲେ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ଏବେ ଫାଇନାଲ୍ରେ ଟାଇଟଲ୍ ପାଇଁ ଲଢ଼ିବେ । ତେଣୁ ଆଜି ବିଗ୍ ଫାଇଟ୍ ହେବ । ପଞ୍ଚମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ମୈଦାନାକୁ ଓହ୍ଲାଇବ ଟିମ୍ ଧୋନି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ ।

କିଏ ଜିତିବ ଆଇପିଏଲ୍ ? କାହା ଦଖଲକୁ ଯିବ ଟ୍ରଫି ? ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । ନା ୪ ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସ୍ ? ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଟିମ୍ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟ ଟିମ୍ ଆଇପିଏଲ୍ ଓପେନିଂ ମ୍ୟାଚ୍ ଖେଳିଥିଲେ । ସେହିପରି ଫାଇନାଲ୍ ପୂର୍ବରୁ ଖେଳିଥିଲେ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ଏବେ ଫାଇନାଲ୍ରେ ଟାଇଟଲ୍ ପାଇଁ ଲଢ଼ିବେ । ତେଣୁ ଆଜି ବିଗ୍ ଫାଇଟ୍ ହେବ । ପଞ୍ଚମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ମୈଦାନାକୁ ଓହ୍ଲାଇବ ଟିମ୍ ଧୋନି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଚଳିତ ସିଜିନରେ ଚେନ୍ନାଇ ତୁଳନାରେ ଗୁଜରାଟର ପଲ୍ଲା ଭାରି ରହିଛି ।
ଜବରଦସ୍ତ ଫର୍ମରେ ଥିବା ଶୁଭମନ୍ ଗିଲ୍ ଚେନ୍ନାଇ ବୋଲରଙ୍କ ପାଇଁ କାଳ ହୋଇପାରନ୍ତି । ଚଳିତ ସିଜିନରେ ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ ସହ ମୋଟ୍ ୮୫୧ ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ ଚାଲିଲେ ଅଟକାଇବା ଚେନ୍ନାଇ ବୋଲରଙ୍କ ପାଇଁ ମୁସ୍କିଲ ହେବ । ବ୍ୟାଟିଂରେ ଶୁଭମନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଋତୁରାଜ ଗାଏକ୍ୱାଡ୍ ଓ ଡେଭିଡ୍ କନେଓ୍ଵଙ୍କ ଉପରେ ନଜର ରହିବ । ମହମ୍ମହ ସାମି, ମୋହିତ ଶର୍ମା, ରସିଦ ଖାନ୍, ମଥିସା ପଥିରଣା, ତୁଷାର ଦେଶପାଣ୍ଡେ, ଦୀପକ ଚହର ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ରହିବ ଉଭୟ ଦଳର ବୋଲିଂ ଭାର । ଉଭୟ ଦଳ ବ୍ୟାଟିଂ ଓ ବୋଲିଂର ପାଓ୍ଵାର ହାଉସ୍ । ଅନ୍ୟପଟେ ଆଇପିଏଲ୍ ରେକର୍ଡ କହୁଛି ବର୍ତ୍ତମାନ ସୁଦ୍ଧା କ୍ୱାଲିଫାୟାର-୧ ଖେଳିଥିବା ଟିମ୍ ଫାଇନାଲ୍ ମୁକାବିଲା ଖେଳିଛନ୍ତି । ବିଜୟୀ ଟିମ୍ ହୋଇଛି ଚାମ୍ପିଅନ୍ । ଏଥର ଇତିହାସର ପୁନରାବୃତ୍ତି ହେବ କି ନାହିଁ ତାଉପରେ ନଜର । .