Below header

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ କାହିଁକି ସୋସିଆଲ ମିଡିଆରୁ ଦୂରେଇ ଗଲେ ସାନିଆ ମିର୍ଜା

ହାଇଦ୍ରାବାଦ : ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ୱିଟର ଏବେ ବନ୍ଦ । ଦୁବାଇରେ ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ପୂର୍ବରୁ ସାନିଆ ଏଭଳି କରିଛନ୍ତି । ଏ ସମ୍ପର୍କରେ ନିଜେ ଜଣାଇ ଦେଇଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ଆକଟିଭ୍ ରହୁଥିବା ସାନିଅର ଏବେ ଗର୍ଭବତୀ ଅଛନ୍ତି । ଆସନ୍ତା ମାସ ସେ ମା ହେବେ । ସେ ବିଷୟରେ ବି ସବୁ ବେଳେ ସୂଚନା ଦେଇ ଆସୁଛନ୍ତି । କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ କାହିଁକି ଦୂରେଇ ଗଲେ ?


କଥା ହେଉଛି ତାଙ୍କ ସ୍ବାମୀ ସୋଏବ ମଲିକ ପାକିସ୍ତାନ ତରଫରୁ ଖେଳୁଛନ୍ତି । କାଳେ ଲୋକମାନେ କୌଣସି ବିବାଦୀୟ ମନ୍ତବ୍ୟ ଦେବେ ତା ପୂର୍ବରୁ ନିଜକୁ ସେ ସୋସିଆଲ ମିଡିଆରୁ ଦୂରେଇ ନେଇଛନ୍ତି । କାରଣ ସୋଏବଙ୍କୁ ବିବାହ କରିବା ପରେ ଭାରତ-ପାକ୍ ସମ୍ପର୍କର ଚାପ ମଧ୍ୟ ସାନିଆଙ୍କ ଉପରେ ପଡ଼ିଛି । ତେବେ ତା ପୂର୍ବରୁ ସେ ତାଙ୍କ ଫ୍ୟାନମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଏହାକୁ ଅନ୍ୟ ଏକ ମ୍ୟାଚ୍ ଭଳି ହିଁ ଉପଭୋଗ କରନ୍ତୁ । ଏଭଳି ବିବାଦକୁ ଖଣ୍ଡନ କରି ପୂର୍ବରୁ ସାନିଆ କହିଥିଲେ ଯେ ମୁଁ ମୋ ଦେଶ ପାଇଁ ଖେଳୁଛି ମୋ ସ୍ବାମୀ ତାଙ୍କ ଦେଶ ପାଇଁ ଖେଳୁଛନ୍ତି । ଆମେ ଆମର ଦାୟିତ୍ବ ସମ୍ପନ୍ନ କରୁଛୁ । ଏଥିରେ ବିବାଦର କୌଣସି ସ୍ଥାନ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.