Below header

ଜ୍ବାଇଁକୁ ମାରିବା ପାଇଁ ୧କୋଟିର ସୁପାରି, ତେଲେଙ୍ଗାନା ଅନର କିଲିଂ ଉପରୁ ଉଠିଲା ପରଦା

ତେଲେଙ୍ଗାନାରେ ହୋଇଥିବା ଅନର କିଲିଂର ମୁଖ୍ଯ ଅଭିଯୁକ୍ତକୁ  ବିହାର ସମସ୍ତିପୁରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କିଛି ଗୁଜୁରାତର ପୂର୍ବ ଗୃହମନ୍ତ୍ରୀ ହରେନ୍ ପାଣ୍ଡିଆଙ୍କ ହତ୍ଯା ମାମଲାରେ ଜାମିନ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ଇଞ୍ଜିନିୟରଙ୍କୁ ଛୁରୀରେ ହତ୍ଯା କରିଥିବା ଅଭିଯୁକ୍ତ ସୁଭାଷ ଶର୍ମାଙ୍କୁ ବିହାରରୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ବିଭିନ୍ନ ରାଜ୍ଯରେ ମାମଲା ରୁଜୁ ରହିଛି। ପୋଲିସ ରିପୋର୍ଟ ଅନୁଯାୟୀ ପ୍ରେମ ବିବାହରେ କ୍ରୋଧିତ ଥିବା ଝିଅର ପିତା ଦଳିତ ଖ୍ରୀଷ୍ଟିଆନ୍ ଜ୍ବାଇଁର ଜୀବନ ନେବା ପାଇଁ ଅଭିଯୁକ୍ତଙ୍କୁ ସୁପାରି ଦେଇଥିଲେ। ସୁଚନା ଅନୁଯାୟୀ, ଅଭିଯୁକ୍ତ ଅଢ଼େଇ କୋଟି ମାଗିଥିବା ବେଳେ ଏକକୋଟି ଟଙ୍କାରେ ଠିକ୍ ହୋଇଥିଲା ସୁପାରି।

amruta

ପ୍ରେମ ଅନ୍ଧ,ଶାଶ୍ବତ ଓ ପବିତ୍ର । ପ୍ରେମରେ ନଥାଏ ଜାତି, ଧର୍ମ ଓ ବର୍ଣ୍ଣର ବିଚାର । ପ୍ରେମରେ ମଣିଷ ସବୁକିଛି ଭୁଲି କେବଳ ନିଜ ସାଥୀକୁ ଟିକେ ଖୁସି ଦେବା ପାଇଁ ଚାହିଁଥାଏ । ଏମିତି ଏକ ପ୍ରେମ କାହାଣୀ ଥିଲା ପ୍ରଣୟ ଏବଂ ଅମ୍ରୁତାଙ୍କର । ହେଲେ ଏହି ପ୍ରେମ ଉପରେ ପଡିଗଲା ମଣିଷ ରୂପୀ ରାକ୍ଷସମାନଙ୍କର ନଜର । ଆଉ ଘଟିଗଲା ଏକ ବୀଭତ୍ସ ହତ୍ଯାକାଣ୍ଡ । ଜୀବନର ସୁଖ ସମୟ ଆରମ୍ଭ କରିବା ପୂର୍ବରୁ ୨୩ ବର୍ଷୀୟ ପ୍ରଣୟଙ୍କର ଲିଭିଗଲା ଜୀବନ ଦୀପ । ଗର୍ଭବତୀ ପତ୍ନୀଙ୍କ ସମ୍ନାରେ ତାଙ୍କୁ ହତ୍ଯା କରାଗଲା । ଇଏ ଏକ ବାସ୍ତବ କାହାଣୀ । ଯାହା ରେକର୍ଡ ହୋଇଛି ରାସ୍ତାରେ ଥିବା ସିସି ଟିଭି କ୍ଯାମେରାରେ।

pranaya

ପୂର୍ବ ସୂଚନା ପାଇଁ, ଗତ ଶନିବାର ଦିନ ପ୍ରଣୟ ଚେକଅପ୍ ପାଇଁ ଅମରୁତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ତେବେ ହସପିଟାଲ ପରିସରରେ ଜଣେ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଅମରୁତା ଏବଂ ପ୍ରଣୟଙ୍କ ମା’ଙ୍କ ଆଖି ସାମନାରେ ଘଟିଥିଲା ଏହି ହୃଦୟବିଦାରକ ଘଟଣା । ସେଇଠି ଟଳି ପଡ଼ିଥିଲେ ପ୍ରଣୟ । ପ୍ରଣୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକେ । ଅମରୁତାଙ୍କ ଅବସ୍ଥା ନକହିବା ଭଲ । ତାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ତେବେ ନିଜ ବାପା ଏବଂ ଦାଦାଙ୍କ ବରୋଧରେ ସେ ଅଭିଯୋଗ ଆଣିଛନ୍ତି । ସେମାନେ ମିଶି ପ୍ରଣୟଙ୍କୁ ଜୀବନରୁ ମାରି ଦେଇଥିବା ନେଇ ଅମ୍ରୁତା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ସିସିଟିଭି ଫୁଟେଜ୍କୁ ଅନୁଧ୍ଯାନ କରି ତଦନ୍ତ ଚଳାଇଥିବା ବେଳେ ପ୍ରଣୟଙ୍କର ପରିବାର ଲୋକେ ଅମ୍ରୁତାଙ୍କର ବାପା ଏବଂ ଦାଦାଙ୍କୁ ଗରଫ କରିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.