ଏସିଆ କପ୍ : ଆରମ୍ଭରୁ ପାକିସ୍ତାନକୁ ଜୋର୍ କା ଝଟକା ଦେଲେ ଭୁବନେଶ୍ବର କୁମାର

ଦୁବାଇ : ବଡ଼ ସ୍କୋର କରି ଭାରତ ଉପରେ ଚାପ ପକାଇବା ଲାଗି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ ଦଳ । ହେଲେ ଭୁବନେଶ୍ବର କୁମାର ପ୍ରଥମରୁ ଏମିତି ଝଟକା ଦେଲେ ଯେ ପାକିସ୍ତାନର ବ୍ୟାଟିଂ ଦୁର୍ଗ ଦୋହଲିଗଲା । ଦୁଇ ଓପ୍ନରଙ୍କୁ ସେ ଆଉଟ୍ କରି ଭାରତ ପାଇଁ ସଫଳତା ଆଣିଦେଲେ । ଦଳ ଭିତରେ ଉତ୍ସାହ ଦୁଇଗୁଣ ହୋଇଗଲା । ଇଏ ହେଉଛି ଦୁବାଇରେ ଚାଲିଥିବା ଚଳିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚର ପ୍ରାରମ୍ଭିକ ସୂଚନା । ଦୁଇ ସଲିଡ୍ ଓପ୍ନର ଭାବେ ପରିଚିତ ଇମାମ୍ ଉଲ ହକ୍ ୨ ଏବଂ ଫଖର ଜମନ ଶୂନରେ ଆଉଟ୍ ହୋଇଛନ୍ତି । ପରେ ବାବର ଆଜମ ଓ ଅଭିଜ୍ଞ ସୋଏବ ମଲ୍ଲିକ ପାଳି ସମ୍ଭାଳିଛନ୍ତି । ୧୪ ଓଭରରେ ପାକିସ୍ତାନ ୫୦ ରନ୍ ପୂରଣ କରିଛି । ୧୬ ଓଭର ଶେଷ ସୁଦ୍ଧା କରିଥିଲା ୬୦ ରନ୍ ।

ଗତକାଲି ହଂକଂ ସହ ଖେଳିଥିବା ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି ଖଲିଲ ଅହମଦ ଓ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଖେଳୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.