ଆପଣ ଜାଣିଛନ୍ତି କି, ପୁରୁଷମାନେ ମଧ୍ୟ ଏହି କଥାରେ ମହିଳାଙ୍କ ଭଳି କାନ୍ଦିଥାନ୍ତି

ପୁରାତନ କାଳରୁ କଥାରେ ରହିଛି କି ମହିଳାମାନେ ଭାବପ୍ରବଣ ହୋଇଥାନ୍ତି। ଛୋଟ ଛୋଟ କଥାରେ ସେମାନେ ଦୁଃଖି ହୋଇଯାଇଥାନ୍ତି। ଏହି ପରିପେକ୍ଷୀ ପୁରୁଷଙ୍କୁ ଆମ ସମାଜରେ ଶକ୍ତ ଏବଂ ମଜବୁତ ମନର କୁହାଯାଇଥାଏ। ଏପରି କୁହାଯାଇଥାଏ କି ସେମାନେ ବଡ଼ର ବଡ଼ ପରିସ୍ଥିତିର ସାମ୍ନା ବହୁତ ସହଜରେ କରିଥାନ୍ତି। ପ୍ରାୟ ସମସ୍ତେ ପୁରୁଷଙ୍କୁ ଏପରି ଭାବିଥିବା ବେଳେ ବାସ୍ତବରେ ତାହା ସତ ନୁହଁ। ପୁରୁଷ ମାନେ ମଧ୍ୟ ଏପରି ଅନେକ ପରିସ୍ଥିତିର ସମ୍ମୁଖିନ କରିଥାନ୍ତି ଯେଉଁ ସମୟରେ ସେ ମହିଳାଙ୍କ ଭଳି କାନ୍ଦିଥାନ୍ତି। ଆସନ୍ତୁ ଜାଣିବା କେଉଁ ଜିନିଷରେ ପୁରୁଷଙ୍କ ମନ ଭା୍ଙ୍ଗି ହୋଇଯାଇଥାଏ  ଚୁର।

sad-man

ଭଲ ଖାଇବା ନମିଳିଲେ 

କିଏ ମାନନ୍ତୁ କି ନାହିଁ କିନ୍ତୁ ଖାଇବା ପୁରୁଷଙ୍କ ଦୁର୍ବଳତା ରହିଥାଏ। ଏଥିପାଇଁ ସବୁବେଳେ କୁହାଯାଇଥାଏ କି ପୁରୁଷଙ୍କ ମନର ରାସ୍ତା ପେଟରୁ ଯାଇଥାଏ। ଏଥିପାଇଁ ତାଙ୍କୁ ଅଧିକ ସମୟ ପର୍ଯ୍ଯନ୍ତ ଖାଇବା ନମିଳିଲେ ପୁରୁଷମାନେ ଦୁଃଖି ହୋଇଯାଇଥାନ୍ତି। ସେହି ସେମୟରେ ଦୁଃଖି ହୋଇ ଘର କଥା ମନେ ପକାଇ କାନ୍ଦି ମଧ୍ୟପକାନ୍ତି।

ଫୋନକଲର ଡ଼ିଟେଲ୍ସ ଜାଣିବା 

ପୁରୁଷ ଯେତେ ସମୟ ଫୋନରେ ବ୍ଯସ୍ତ ରହିଲେ ମଧ୍ୟ ଯଦି ତାଙ୍କୁ ତାଙ୍କଘର ଲୋକ ବା ସାଙ୍ଗସାଥି ବାରମ୍ବାର କଲ କରିଥାନ୍ତି ସେମାନେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏହାଠାରୁ ମଧ୍ୟ ଦୁଃଖି ପୁରୁଷମାନେ ସେତେବେଳେ ହୋଇଯାଇଥାନ୍ତି ଯେତେବେଳେ ତାଙ୍କର ମୋବାଇଲ ଫୋନ ତଥା କଲ ଡ଼ିଟେଲ୍ସ କିଏ ବାହାର କରିଥାଏ।

tyrosine

ଏକ୍ସର ପ୍ରଶଂସା ଶୁଣିବା 

ପୁରୁଷମାନେ ସାଧାରଣତଃ ବହୁତ ଗର୍ବି ହୋଇଥାନ୍ତି। ତାଙ୍କ ପୂର୍ବ ପ୍ରେମୀକା ତଥା ଏକ୍ସ ସାଙ୍ଗରେ ତାଙ୍କର ସଂମ୍ପର୍କ ଭଲ ଥାଉ ବା ଖରାପ କିନ୍ତୁ ସେମାନେ ଆଉ କାହା ମୁହଁରୁ ତାଙ୍କ ଏକ୍ସର ପ୍ରଶଂସା ଶୁଣିବା ମାତ୍ରେ ତାଙ୍କ ଦେହ ଶିତେଇ ଉଠେ। ଏହାଛଡ଼ା ନିଜ ସାଥି ବା ପାଖ ଲୋକଙ୍କ ପ୍ରଶଂସା ଆଉ କାହା ମୁହଁରୁ ଶୁଣିବା ମାତ୍ରେ ଦୁଃଖି ହୋଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.