Below header

ଏଣିକି ଚାନ୍ଦା ନେବା ପଡ଼ିବ ମହଙ୍ଗା, କୌଣସି କମିଟି ବେଆଇନ୍ ଭାବେ ଚାନ୍ଦା ଆଦାୟ କରିପାରିବେ ନାହିଁ

ପୂଜାକୁ ନେଇ ବେସ ଜମିଛି ରାଜଧାନୀ ବଜାର। ତେବେ ଏନେଇ ସୁରକ୍ଷାକୁ ନଜର ରଖି ଅନେକ ପ୍ରକାରର ନୂଆ ନିୟମ ଳାଗୁ କରିଛି କମିଶନରେଟ ପୋଲିସ୍।  ଦଶହରା ଆଗରୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍‌, ଟ୍ରାଫିକ୍‌ ଓ ଲାଇଟ୍‌ ସମସ୍ୟାର ସମାଧାନ କରାଯିବ । କୌଣସି ପୂଜା କମିଟି ବେଆଇନ୍‌ ଭାବେ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜା କମିଟି ଗୁଡ଼ିକର କୌଣସି ଅସୁବିଧା ଥିଲେ, ଥାନା ସ୍ତରରେ ଶାନ୍ତି କମିଟି ଗଠନ କରାଯାଇ ସମାଧାନ କରାଯିବ। ଚଳିତବର୍ଷ ପାଖାପାଖି ୧୭୮ଟି ମଣ୍ଡପରେ ଦୁର୍ଗାପୂଜା ହେବ । ବିଏମ୍‌ସି ମେୟର କହିଛନ୍ତି, ମୂର୍ତ୍ତି ବିସର୍ଜ୍ଜନ ପାଇଁ ଏବର୍ଷ ରଘୁନାଥପୁର ଠାରେ ଆଉ ଗୋଟିଏ ଅସ୍ଥାୟୀ ପୋଖରୀ କରାଯିବ । ପ୍ରତିବର୍ଷ ବିଏମ୍‌ସି ପକ୍ଷରୁ ୩ଟି ପୋଖରୀ ବ୍ୟବସ୍ଥା କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.