୪୫ ମିନିଟରେ ୫ ଥର ରଙ୍ଗ ବଦଳାଇଲା ଏଣ୍ଡୁଅ, ଦେଖନ୍ତୁ ଭାଇରାଲ୍ ହେଉଛି ଭିଡ଼ିଓ

ଏଣ୍ଡୁଅ ରଙ୍ଗ ବଦଳାଇବା କଥା ଆପଣ ଶୁଣିଥିବେ ନିଶ୍ଚିତ। କିନ୍ତୁ ହୁଏତ ଦେଖି ନଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ଏଣ୍ଡୁଅ କିଛି ସେକେଣ୍ଡ ମଧ୍ୟରେ ଏହାର ରଙ୍ଗକୁ ଅନେକ ଥର ବଦଳାଉଛି। ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଏହି ଭିଡିଓ ଟ୍ୱିଟରରେ @ TheFigen_ ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି, ଯେଉଁଥିରେ ଏଣ୍ଡୁଅଟି ରଙ୍ଗକୁ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫ ଥର ବଦଳାଇ ଦେଇଛି।

 

ଆପଣ ଏହି ପୋଷ୍ଟ ଦେଖନ୍ତୁ ଜାଣିବେ କିପରି ଏଣ୍ଡୁଅ ରଙ୍ଗ ବଦଳାଉଛି। ସାଧାରଣତ ଜଙ୍ଗଲରେ ଥିବା ଗଛ ଏବଂ ଉଦ୍ଭିଦରେ ବସିଥିବା ଏଣ୍ଡୁଅ ରଙ୍ଗ ବଦଳାଇ ଥାଏ। କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଯେ ଏକ କଲରଫୁଲ୍ ବାଡି ଉପରେ ଏଣ୍ଡୁଅ ଚଢୁଛି ଓ ବାଡିର ରଙ୍ଗ ଅନୁସାରେ ଏଣ୍ଡୁଅଟିର ରଙ୍ଗ ବଦଳୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅନେକ ଉପୋଭୋକ୍ତା କମେଣ୍ଟ ଦେଇଛନ୍ତି।

ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଏହି ଏଣ୍ଡୁଅ ପ୍ରାୟ ୫ ଥର ରଙ୍ଗ ବଦଳାଇଛି। ଏହି ଭିଡିଓ ସେୟାର କରି ଟ୍ୱିଟର ହ୍ୟାଣ୍ଡେଲର୍ @ ଫିଗେନ୍_ ଲେଖିଛନ୍ତି ଏହି ଏଣ୍ଡୁଅ ପରି ରଙ୍ଗ ବଦଳାନ୍ତି ରାଜନେତା। ଲୋକମାନେ ଏହିପରି ଭିଡ଼ିଓ ଦେଖି ଅନେକ ପ୍ରକାର ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ନଭେମ୍ବର ୧୬ ରେ ସେୟାର କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ପ୍ରାୟ ୭ ନିୟୁତ ଥର ଦେଖାଯାଇଛି। ଏହି ଭିଡିଓକୁ ପ୍ରାୟ ୩ ଲକ୍ଷ ଲୋକ ପସନ୍ଦ କରିଥିବାବେଳେ ଏହାକୁ ୪୫ ହଜାର ଥର ରିଟ୍ୱିଟ କରାଯାଇଛି।

ଭିଡିଓର ସେୟାର୍, ଭ୍ୟୁ ଏବଂ ଲାଇକ୍ ଠାରୁ, ଆପଣ ବୁଝି ପାରିବେ ଯେ ଏହି ଅନନ୍ୟ ଭିଡିଓ ଦେଖିବାକୁ ଲୋକମାନେ କେତେ ପସନ୍ଦ କରନ୍ତି। ଅନେକ ଲୋକ ଏହି ଭିଡିଓ ଉପରେ ନିଜର ମତ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏହାର ପ୍ରକୃତ ରଙ୍ଗ କ’ଣ?’ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ପଚାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.